ମା' ବୁଢୀ ଠାକୁରାଣୀ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ - Budhi Thakurani Temple
Published : Jan 1, 2024, 4:19 PM IST
New Year Celebration at Maa Budhi Thakurani Temple:ବ୍ରହ୍ମପୁର: ଇଂରାଜୀ ନବବର୍ଷର ପ୍ରଥମ ଦିନ । ଏହାକୁ ନେଇ ସବୁଠି ପରସ୍ପରକୁ ଶୁଭେଚ୍ଛା ଜଣାଇବା ପାଇଁ ଭଳିକି ଭଳି କାର୍ଯ୍ୟକ୍ରମ । ଏହି ଅବସରରେ ବ୍ରହ୍ମପୁର ସହରର ମା' ବୁଢୀ ଠାକୁରାଣୀ ମନ୍ଦିରରେ ସକାଳ ସମୟରୁ ଲାଗି ରହିଥିଲା ଭକ୍ତଙ୍କ ଭିଡ଼ । ବ୍ରହ୍ମପୁର ସହରର ଆରାଧ୍ୟ ଦେବୀ ଭାବରେ ମା' ବୁଢୀ ଠାକୁରାଣୀ ପୂଜା ପାଇ ଆସୁଥିବା ବେଳେ ଆଜି ସକାଳୁ ଆରମ୍ଭ କରି ଦିନ ତମାମ ଭକ୍ତମାନେ ଲମ୍ୱା ଧାଡିରେ ଆସି ମା' ଙ୍କୁ ଦର୍ଶନ କରି ମା'ଙ୍କର କରୁଣା ଲାଭ କରିଛନ୍ତି ।
ବିଶ୍ୱାସ ରହିଛି ମା' ଙ୍କ ପାଖରେ ଯାହା ମାନସିକ କଲେ ତାହା ପୂର୍ଣ୍ଣ ହୋଇଥାଏ । ଏଭଳି ସମୟରେ ସମସ୍ତେ ମା' ଙ୍କୁ ନବବର୍ଷରେ ଦର୍ଶନ କରି ଏହି ନବବର୍ଷ ସମସ୍ତଙ୍କ ପାଇଁ ଖୁସି ଏବଂ ମଙ୍ଗଳକମନା ପାଇଁ ପ୍ରାର୍ଥନା କରିଛନ୍ତି । ଅନେକ ନିଜ ନିଜର ପରିବାର ଓ ବନ୍ଧୁ ପରିଜନଙ୍କ ସହିତ ଧାଡିରେ ଯାଇ ଦର୍ଶନ କରିଥିଲେ । ମନ୍ଦିରରେ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ସମସ୍ତ ପ୍ରକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବିଳମ୍ୱିତ ରାତ୍ର ପର୍ଯ୍ୟନ୍ତ ସହରବାସୀ ଜିରୋ ନାଇଟ୍ ସେଲିବ୍ରେସନ ପରେ ଭୋରୁ ସମସ୍ତ ଦେବଦେବୀ ପୀଠରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଏହି ଅବସରରେ ମନ୍ଦିର ପରିସରରୁ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ପ୍ରତିନିଧି ସମୀର ଆଚାର୍ଯ୍ୟ ।
ଏହା ମଧ୍ୟ ପଢନ୍ତୁ ......ନୂଆ ବର୍ଷରେ ଶ୍ରୀମନ୍ଦିରରେ ନୂଆ ନିୟମ, ମହାପ୍ରଭୁଙ୍କ ଦର୍ଶନ କଲେ ଲକ୍ଷାଧିକ ଭକ୍ତ
ଇଟିଭି ଭାରତ, ବ୍ରହ୍ମପୁର