ଓଡିଶା

odisha

massive bike Rally on Ram Navami 2023 in Balasore

ETV Bharat / videos

Ram Navami 2023: ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ବାଲେଶ୍ଵର, ବାହାରିଲା ବିଶାଳ ଶୋଭାଯାତ୍ରା - ବିଶାଳ ଶୋଭାଯାତ୍ରା

By

Published : Mar 30, 2023, 4:12 PM IST

ବାଲେଶ୍ବର: ପବିତ୍ର ରାମ ନବମୀ ଅବସରରେ ଜୟ ଶ୍ରୀରାମ ଧ୍ବନୀରେ ପ୍ରକମ୍ପିତ ହେଉଛି ବାଲେଶ୍ଵର। ଶ୍ରୀରାମ ନବମୀ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ସହରର ପରମିଟ ପଡ଼ିଆଠାରେ ଶ୍ରୀରାମଙ୍କ ପୂଜାର୍ଚ୍ଚନା ସହ ପୂଜାରେ ୨୫ଜଣ ବ୍ରତୀ ସଂକଳ୍ପ କରିଛନ୍ତି । ନବମୀ ପାଇଁ ଶ୍ରୀରାମଙ୍କ ଦରବାର ଝାଙ୍କି ସହ ପଦଯାତ୍ରା ଅନୁଷ୍ଠିତ ହୋଇଛି । ପରମିଟ ପଡ଼ିଆରୁ ଶ୍ରୀରାମଙ୍କ ପୂଜାର୍ଚ୍ଚନା ପରେ ବିଭିନ୍ନ ପାରମ୍ପରିକ ବାଜା ସହ ପଦଯାତ୍ରା ଅନୁଷ୍ଠିତ ହୋଇଛି ।  

ଏହି ପଦଯାତ୍ରାରେ ବହୁ ମେଢ଼ ସହ ଶ୍ରୀରାମଙ୍କ ଦରବାର ରହିଥିଲା । ପଦଯାତ୍ରା ପରମିଟ ପଡ଼ିଆରୁ ବାହାରି ଜିଲ୍ଲା ସ୍କୁଲ୍‌ ଦେଇ ଷ୍ଟେସନ ଛକ, ଫାଣ୍ଡିଛକ ହୋଇ ସୁଏଲପୁର, ଦାମୋଦରପୁର ହୋଇ ସିନେମା ଛକ ଦେଇ ପୁଣି ପରମିଟ ପଡ଼ିଆରେ ପହଞ୍ଚିବା ନେଇ ସୂଚନା ରହିଛି । ପାଖାପାଖି ୧୦ କିଲୋମିଟର ସହରର ବିଭିନ୍ନ ସ୍ଥାନ ହୋଇ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ପଦଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ପଦଯାତ୍ରୀଙ୍କ ପାଇଁ ପାନୀୟ ଜଳ ସାଙ୍ଗକୁ ସେବା ଯୋଗାଇ ଦିଆଯାଇଛି । ଶ୍ରୀରାମ ନବମୀ ପାଳନ ନେଇ ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବାଲେଶ୍ବର ସହର, ରେମୁଣା ଓ ସୋର ଥାନା ଅଞ୍ଚଳରେ ବିଶାଳ ପଦଯାତ୍ରା ସହର ପରିକ୍ରମା କରିଛି ।  

ଏହା ବି ପଢନ୍ତୁ- ରାମ ମନ୍ଦିରରେ ରାମନବମୀ, ରାମ ନାମରେ ଗୁଞ୍ଜରିତ ଗଗନ ପବନ

ଏହି ଅବସରରରେ ବାଲେଶ୍ଵର ପୋଲିସ ପ୍ରଶାସନ ପକ୍ଷରୁ ଏହି ୩ଟି ସହରରେ ଶାନ୍ତିପୂର୍ଣ୍ଣ ପରିବେଶରେ କିଭଳି ରାମନବମୀ ପର୍ବ ଓ ପଦ ଯାତ୍ରା ସମ୍ପନ୍ନ ହୋଇପାରିବ, ସେଥିଲାଗି ଗତ କିଛି ଦିନ ଧରି ପ୍ରସ୍ତୁତି ଚାଲିଥିଲା । ବାଲେଶ୍ଵର ସହରର ପରମିଟ ପଡିଆ, ଗୋଳାପୋଖରୀ ନିକଟବର୍ତ୍ତି ଦରଘା ମୈଦାନ, ଟାଉନ ଥାନା ଛକ, ସୁଏଲପୁର ଏଡିଏମ ଛକ, ଟାଉନ ହଲ ଛକ, ଫାଣ୍ଡି ଛକ, ଷ୍ଟେସନ ଛକ, ଆଇଟିଆଇ ଛକ, ବସଷ୍ଟାଣ୍ଡ ଛକ ଆଦି ଅଞ୍ଚଳ ସମ୍ବେଦନଶୀଳ ସ୍ଥାନ ଭାବେ ଚିହ୍ନଟ କରାଯାଇଛି । ଏଥିପାଇଁ ସେକ୍ଟରରେ ରାପିଡ଼ ଆକ୍ସନ ଫୋର୍ସ ଓ ପୋଲିସ ବାହିନୀର ମୋଟ ୧୫ପ୍ଲାଟୁନ ଏବଂ ସୋର ଓ ରେମୁଣା ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ମୋଟ ୯ ପ୍ଲାଟୁନ ଏହିପରି ମୋଟ ୨୪ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି।  

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details