ମହାପ୍ରଭୁଙ୍କ ଘୋଷଯାତ୍ରା, ଭାବର ଦଉଡ଼ିକୁ ଟାଣି ଟାଣି ନେଉଛନ୍ତି ଭକ୍ତ
ପୁରୀ: ରତ୍ନ ସିଂହାସନରୁ ଓହ୍ଲାଇ ନବ ଦିନାତ୍ମକ ଯାତ୍ରାରେ ଯାଉଛନ୍ତି ଶ୍ରୀଜିଉ । ଭକ୍ତଙ୍କ ମେଳିରେ ବଡ଼ଦାଣ୍ଡରେ ଚାଲିଛି ତିନି ରଥ । ଘର୍ଘର ନାଦରେ ପ୍ରଥମେ ପ୍ରଭୁ ବଳଭଦ୍ରଙ୍କ ପରେ ପରେ ଚାଲିଛି ଦେବୀ ଶୁଭଦ୍ରା ଓ କାଳିଆ ଠାକୁରଙ୍କ ରଥ । ହୁଳହୁଳି, ହରିବୋଲ ଧ୍ବନୀରେ ପ୍ରକମ୍ପିତ ହେଉଛି ଚଉଦିଗ । ଭକ୍ତଙ୍କ ଗହଣରେ ମହାପ୍ରଭୁ ଝୁଲିଝୁଲି ଯାଉଛନ୍ତି । ବର୍ଷକ ଅପେକ୍ଷା ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳିଛି । ପୁଣି ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ହୋଇଛି । ନନ୍ଦିଘୋଷରେ କାଳିଆ ସାଆନ୍ତେଙ୍କୁ ଦେଖି କୃତ୍ୟ କୃତ୍ୟ ହୋଇଛନ୍ତି ଭକ୍ତ । ଭିଜି ଯାଇଛି ଆଖି, ନାଚି ଯାଉଛି ଭକ୍ତଙ୍କ ମନ । ମହାପ୍ରଭୁଙ୍କୁ ଦୁଃଖ ଜଣାଇବାକୁ ଭକ୍ତ ଟିଏ କାହିଁ କେତେ ଦୂରରୁ ଚାଲିଆସିଛି । ଚକା ଆଖିଆକୁ ଦେଖି ଭକ୍ତଙ୍କ ଅଧା ଦୁଃଖ ଲାଘବ ହୋଇଯାଇଛି । ବିଶ୍ବାସ ରହିଛି ରଥାରୁଢ଼ରେ ମହାପ୍ରଭୁଙ୍କୁ ଦର୍ଶନ କଲେ ପୁନର୍ଜନ୍ମ ମିଳିନଥାଏ ।