ଶ୍ରାବଣ ମାସ ଶେଷ ସୋମବାର ଧବଳେଶ୍ବର ପୀଠରେ ଭକ୍ତଙ୍କ ଜନ ସମୁଦ୍ର - sraban month last Sunday news
Published : Aug 28, 2023, 6:09 PM IST
କଟକ:ଆଜି ହେଉଛି ପବିତ୍ର ଶ୍ରାବଣ ମାସର ଶେଷ ସୋମବାର । ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠ ଚଳଚଞ୍ଚଳ । ଶେଷ ସୋମବାରରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ । ଧାର୍ମିକ ବିଶ୍ବାସ ରହିଛି ଆଜିର ଦିନରେ ଦେବଦେବ ମହାଦେବଙ୍କ ମସ୍ତକରେ ଜଳଲାଗି କଲେ କୋଟି ଜନ୍ମର ପୂଣ୍ୟ ମିଳିବା ସହ ମାନସିକ ଶାନ୍ତିଃ ମିଳିଥାଏ । ପୂଜକ ସମିତି ପକ୍ଷରୁ ରାତ୍ର ୨ଟାରୁ ପହଡ଼ ଖୋଲାଯାଇ ୧୦୮ ସୁବାସିତ ଜଳରେ ବାବଙ୍କୁ ସ୍ନାନ ସହ ସ୍ଵତନ୍ତ୍ର ନିତିକାନ୍ତି ପରେ ଦର୍ଶନ ଓ ଜଳଲାଗି ନିମନ୍ତେ ସମସ୍ତ ବ୍ୟବସ୍ଥା କରଯାଇଛି । ଭିଡ଼କୁ ଦୃଷ୍ଟିରେ ରଖି ପୀଠକୁ ସଂଯୋଗ କରୁଥିବା କଂକ୍ରିଟ ସେତୁରେ ବ୍ୟାରିକେଡ କରାଯାଇଛି । କେବଳ ଜଳ କଳଷ ଧରି ପୀଠ ଭିତରକୁ ପ୍ରବେଶ ପାଇଁ ଅନୁମତି ରହିଛି ।
ସୁରକ୍ଷା ଦୃଷ୍ଟିରୁ ପୀଠରେ ବ୍ୟାପକ ପୋଲିସ ଫୋର୍ସ ସହିତ ଅଗ୍ନିଶମ ବିଭାଗ କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି । ସେହିପରି ଗତ ସୋମବାର ଠାରୁ ପାଖାପାଖ ଏକ ମାସର ବ୍ୟବଧାନ ପରେ ପୁଣି ଥରେ ଚଳ ଚଞ୍ଚଳ ହୋଇଛି ବାବା ଧବଳେଶ୍ଵରଙ୍କ ପୀଠ । କାଉଡ଼ିଆ ଭକ୍ତ ମାନଙ୍କ ବୋଲବମ୍ ଡାକରେ ପ୍ରକମ୍ପିତ ହୋଇଛି ସାରା ପରିବେଶ । ଶ୍ରାବଣ ମାସର ଶେଷ ସୋମବାର ସୋମବାର ଅର୍ଥାତ୍ ଆଜି ବାବା ଧବଳେଶ୍ବରଙ୍କ ପାଖରେ ଜଳଲାଗି କରିବା ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି । ଗତ ସୋମବାର ମଧ୍ୟ ପୀଠରେ ଏଭଳି ଭିଡ଼ି ଲାଗିଥିଲା । ଏହାକୁ ଦୃଷ୍ଟିରେ ରଖି ଏଥର ପୀଠରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିବା ବେଳେ କୌଣସି ଅଘଟଣ ଏଡାଇବାକୁ ଅଗ୍ନିଶମ କର୍ମଚାରୀଙ୍କୁ ପୋଲ ନିକଟରେ ମଧ୍ୟ ନିୟୋଜିତ କରାଯାଇଛି ।
ଇଟିଭି ଭାରତ,କଟକ