ଓଡିଶା

odisha

ମାଆ ଶାରଳାଙ୍କ ପୀଠରେ ବାସନ୍ତିକ ମହାଷ୍ଟମୀ ପୂଜା

ମାଆ ଶାରଳାଙ୍କ ପୀଠରେ ବାସନ୍ତିକ ମହାଷ୍ଟମୀ ପୂଜା, ଶ୍ରଦ୍ଧାଳୁଙ୍କ ଭିଡ

By

Published : Mar 29, 2023, 10:57 AM IST

Published : Mar 29, 2023, 10:57 AM IST

ଜଗତସିଂହପୁର:ଜିଲ୍ଲାର ଇଷ୍ଟଦେବୀ ମାଆ ଶାରଳାଙ୍କ ପୀଠରେ ମଧୁପାର୍ବଣ ପୂଜା ବା ବାସନ୍ତିକ ମହାଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି । ମାଆ ଶାରଳାଙ୍କ ସମେତ ବିଭିନ୍ନ ଶକ୍ତିପୀଠରେ ମହାଷ୍ଟମୀ ବିହିତ ପୂଜା ଅନୁଷ୍ଠିତ ହେଉଛି । ଏହି ଅବସରରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ମାଆଙ୍କୁ ଦର୍ଶନ କରିଛନ୍ତି । ଶାରଳାଙ୍କ ପୀଠରେ ବର୍ଷକୁ ଦୁଇଥର ଦୁର୍ଗାପୂଜା ଅନୁଷ୍ଠିତ ହୋଇଥାଏ । ଆଶ୍ବିନ ମାସରେ ଷୋଡ଼ଶ ଦିନାତ୍ମକ ଶାରଦୀୟ ପାର୍ବଣ ପୂଜା ଅନୁଷ୍ଠିତ ହେଉଥିବା ବେଳେ ଚୈତ୍ରମାସରେ ମାଆଙ୍କ ନିକଟରେ ନବ ଦିନାତ୍ମକ ବାସନ୍ତିକ ମଧୁ ପାର୍ବଣ ପୂଜା ଅନୁଷ୍ଠିତ ହୋଇଥାଏ । 

ଚୈତ୍ରମାସରେ ଅନୁଷ୍ଠିତ ମଧୁ ପାର୍ବଣ ପୂଜା ଦେବୀଙ୍କର ଆଦ୍ୟ ପୂଜା ଭାବରେ ଗ୍ରହଣ କରାଯାଇଥାଏ । ଏହି ମାସରେ ଘଣ୍ଟ ପାଟୁଆମାନେ ମାସସାରା ବିଭିନ୍ନ ସ୍ଥାନ ବୁଲି ମାଆଙ୍କ ପ୍ରତୀକ ଭାବେ ଘଟ ବୁଲାଇ ମାଆଙ୍କ ମହିମା ପ୍ରଚାର କରିଥାନ୍ତି । ଚିତ୍ରମାସ ଶେଷ ମଙ୍ଗଳବାର ମାଆ ଶାରଳାଙ୍କ ଆଦ୍ୟପୀଠ ନଣ୍ଡା ଦେଉଳ ନିକଟରେ ଝାମୁଯାତ୍ରା ଅନୁଷ୍ଠିତ ହୋଇଥାଏ । ଦୀର୍ଘ ଏକମାସ ଧରି ହବିଶ୍ବାର୍ଣ ଗ୍ରହଣ କରି ନିଜକୁ ସମର୍ପିତ କରିଥିବା ଘଣ୍ଟ ପାଟୁଆମାନେ ଅଗ୍ନି ଲଗାଇ ସେଥିରେ ଚାଲିଥାନ୍ତି । ଯାହାକୁ ଦେଖିବାକୁ ଜିଲ୍ଲା ଓ ଜିଲ୍ଲା ବାହାରୁ ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । 

ABOUT THE AUTHOR

...view details