ଓଡିଶା

odisha

ରାଉରକେଲାରେ ଧୁମଧାମରେ ପାଳନ ହେଉଛି ରାମ ନବମୀ

ETV Bharat / videos

ଇସ୍ପାତ ନଗରୀରେ ରାମନବମୀ, ରାମ ଧ୍ବନୀରେ କମ୍ପୁଛି ହନୁମାନ ବାଟିକା

By

Published : Mar 30, 2023, 2:17 PM IST

ରାଉରକେଲା: ଆଜି ପବିତ୍ର ରାମ ନବମୀ । ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମଦିନ । ଏନେଇ ସବୁଠି ଶୁଭୁଛି ରାମଧ୍ବନୀ । ଚଳ ଚଞ୍ଚଳ ହୋଇଛି ସମସ୍ତ ରାମ ମନ୍ଦିର । ରାଉରକେଲାର ହନୁମାନ ବାଟିକା ରାମ ମନ୍ଦିରରେ ମଧ୍ୟ ଶ୍ରଦ୍ଧାଳୁଙ୍କ ଭିଡ ଲାଗିଛି । ବ୍ରତଧାରୀମାନେ ପ୍ରଭାତରୁ ରାମ ମନ୍ଦିର ଆସି ପୂଜାର୍ଚ୍ଚନା କରିଛନ୍ତି । ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି । ଷ୍ଟିଲ ସିଟି ସମ୍ପୂର୍ଣ୍ଣ ରାମମୟ ହୋଇଛି । ମଙ୍ଗଳ ଆଳତୀ ପରେ ଦଶରଥ ନନ୍ଦନଙ୍କ ଦର୍ଶନ କରିଛନ୍ତି ଶ୍ରଦ୍ଧାଳୁ । ଅପରାହ୍ନ ୨ଟାରେ ରାଉରକେଲା ବିଶ୍ରା ଛକ ଠାରୁ ଶୋଭାଯାତ୍ରା ଆୟୋଜନ ହେବ । ସନ୍ଧ୍ୟା ୭ଟା ମଧ୍ୟରେ ଶେଷ ହେବ । ତେବେ କୌଣସି ଉତ୍ତେଜନା ମୂଳକ ସ୍ଥିତି ନ ଉପୁଜିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଆସନ୍ତାକାଲି (ଶୁକ୍ରବାର) ବିଶାଳ ଶୋଭାଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ୨୫ ପ୍ଲାଟୁନ ପୋଲିସ ମୁତୟନ କରାଯିବା ନେଇ ରାଉରକେଲା ଏସପି କହିଛନ୍ତି । ଧୁମଧାମରେ ରାଉରକେଲା ସହରରେ ପାଳନ କରାଯାଉଛି ରାମ ନବମୀ ।

ABOUT THE AUTHOR

...view details