Kartik Purnima: ମହୋଦଧିରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ
କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଚଳଚଞ୍ଚଳ ହୋଇ ଉଠିଛି ଗୋପାଳପୁର ମହୋଦଧି । ପୂଜାପାଠ କରି ବୋଇତ ବନ୍ଦାଣ କଲେ ହଜାର ହଜାର ଶ୍ରଦ୍ଧାଳୁ । ଭୋର ସମୟରୁ ଲୋକେ ସାମୂହିକ ଭାବେ ରଙ୍ଗବେରଙ୍ଗର ଡଙ୍ଗାକୁ ଭସାଇ ଥିଲେ। ଆ କା ମା ବୈ ଗୀତରେ ପ୍ରକମ୍ପିତ ହୋଇଉଠିଥିଲା ପୁରା ପରିବେଶ । କାର୍ତ୍ତିକ ମାସ ଶେଷ ଦିନରେ ବ୍ରତଧାରୀ ମହିଳାମାନେ ବେଳାଭୂମିରେ ରାଧାଦାମୋଦର ପୂଜା କରିଥିଲେ । ଦୀର୍ଘ ଦୁଇ ବର୍ଷ କଟକଣା ପରେ କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇ ବ୍ରହ୍ମପୁରବାସୀ ଖୁସିବ୍ୟକ୍ତ କରିଛନ୍ତି । ଇଟିଭି ଭାରତ, ବ୍ରହ୍ମପୁର
Last Updated : Feb 3, 2023, 8:31 PM IST