କାଉଡ଼ିଆମୟ ବେଦବ୍ୟାସ ମନ୍ଦିର, ଜଳଲାଗି କଲେ ଶ୍ରଦ୍ଧାଳୁ - ବେଦବ୍ୟାସ ମନ୍ଦିରରେ ଭକ୍ତଙ୍କ ଭିଡ
ରାଉରକେଲା:ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ କାଉଡ଼ିଆମୟ ହୋଇଉଠିଛି ଶୈବପୀଠ। ରାଉରକେଲା ବେଦବ୍ୟାସ ମନ୍ଦିରରେ ଜଳଲାଗି ପାଇଁ ଭକ୍ତଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଛି। ଆଜି ଶ୍ରାବଣର ଦ୍ୱିତୀୟ ସୋମବାର ହୋଇଥିବହାରୁ ଭକ୍ତ ଓ ଭଗବାନର ମିଳନ ହେଉଛି। ଜଳାଭିଷେକ ଭଳି ପବିତ୍ର କାର୍ଯ୍ୟ ପାଇଁ ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ହର ହର ମହାଦେବ ଧ୍ୱନୀରେ ପ୍ରକମ୍ପିତ ହେଉଛି ଶୈବପୀଠ ।
ଏହା ମଧ୍ୟ ପଢନ୍ତୁ...ଶ୍ରାବଣ ସୋମବାର, ଶୈବ ପୀଠରେ କାଉଡିଆଙ୍କ ପ୍ରବଳ ଭିଡ଼
ସକାଳୁ ସକାଳୁ ରାଉରକେଲା ସହରର ବିଭିନ୍ନ ଶିବ ମନ୍ଦିରରେ ଶ୍ରଦ୍ଧାଳୁମାନେ ଜଳଲାଗି ପାଇଁ ପହଞ୍ଚିଥିଲେ। ଏହି ଧାର୍ମିକ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦୂର ଦୁରାନ୍ତରୁ ଭକ୍ତଙ୍କ ସୁଅ ଛୁଟିଛି। ରାଉରକେଲାର ପ୍ରସିଦ୍ଧ ମନ୍ଦିର ବେଦବ୍ୟାସ ପୀଠରେ ଭକ୍ତଙ୍କ ପ୍ରବଳ ସମାଗମ ଦେଖିବାକୁ ମିଳିଥିଲା। ଭଗବାନ ଶିବଙ୍କୁ ଜଳ ଅର୍ପଣ କରିବା ପାଇଁ ପୁରୁଷ, ମହିଳା ଓ ଶିଶୁମାନେ ଧୈର୍ଯ୍ୟ ଧରି ଅପେକ୍ଷା କରିଥିବାରୁ ପରିବେଶ ଭକ୍ତି ଓ ଆଧ୍ୟାତ୍ମିକ ଭାବନାରେ ଭରି ଯାଇଥିଲା। ଏହାସହ ଆଜି ଚିତାଲାଗି ଅମାବାସ୍ୟା ଓ ସଂକ୍ରାନ୍ତି ଥିବାରୁ ଆଜିର ଦିନଟି ଭକ୍ତଙ୍କ ପାଇଁ ଶୁଭଙ୍କର ପାଲଟିଛି।
ଇଟିଭି ଭାରତ, ରାଉରକେଲା