ଓଡିଶା

odisha

By

Published : Nov 23, 2022, 7:18 AM IST

Updated : Feb 3, 2023, 8:33 PM IST

ETV Bharat / videos

ପବିତ୍ର ବଡଦାଣ୍ଡର ଧୂଳି ପାଇଁ ଆତୁର ଭକ୍ତ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ହେଉଛନ୍ତି ଅଖିଳ ବ୍ରହ୍ମାଣ୍ଡ ନାଥ । ବର୍ଷକୁ ଥରେ ମହାପ୍ରଭୁ ବଡ଼ଦାଣ୍ଡକୁ ଆସି ରଥଯାତ୍ରାରେ ନିଜ ଜନ୍ମବେଦୀକୁ ଯାତ୍ରା କରିଥାନ୍ତି । କହିବା ବାହୁଲ୍ୟ ଯେ ସବୁବେଳେ ମହାପ୍ରଭୁ ରତ୍ନ ସିଂହାସନରେ ବସୁଥିବାବେଳେ ଭକ୍ତଙ୍କ ସହ ମିଶିବା ପାଇଁ ରଥଯାତ୍ରାରେ ବଡଦାଣ୍ଡକୁ ଓହ୍ଲେଇଥାନ୍ତି । ଆଉ ଏହି ପବିତ୍ର ବଡଦାଣ୍ଡର ଧୂଳି ଟିକେ ପାଇବା ପାଇଁ ଭକ୍ତଟିଏ ବଡ଼ ଆତୁର ହୋଇଥାଏ । ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଶ୍ରୀମନ୍ଦିର ସିଂହଦ୍ଵାର ଆଗରେ । କେତେକ ଭକ୍ତ ବଡଦାଣ୍ଡର ଧୂଳି ସଂଗ୍ରହ କରୁଥିବାର ଦେଖାଯାଇଛି । ଏ ଦୃଶ୍ୟ ଦେଖିଲେ ଯେ କେହିବି ଭାବ ବିହ୍ଵଳ ହେବ । ବିଜ୍ଞାନ ଯେତେ ଆଗେଇଲେ, ସମାଜ ଯେତେ ଆଧୁନିକ ହେଲେ ମଧ୍ୟ ଭକ୍ତ ମନ ବୁଝେନା । ଶ୍ରୀକ୍ଷେତ୍ର ଆସିଲେ ବଡ଼ଦାଣ୍ଡରେ ମୁଣ୍ଡିଆ ମାରି ସେହି ପବିତ୍ର ଦାଣ୍ଡର ଧୂଳି ଟିକେ ମୁଣ୍ଡରେ ମାରି ମହାପ୍ରଭୁଙ୍କୁ ଦର୍ଶନ କରିଥାଏ । ନିକଟ ଅତୀତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପବିତ୍ର ବଡଦାଣ୍ଡରେ ଚାଲି ଚାଲି ଆସି ଜଗତର ନାଥ ଜଗନ୍ନାଥଙ୍କୁ ପ୍ରଣିପାତ କରିଥଲେ । ଆଉ ପ୍ରମାଣ କରିଦେଇଥିଲେ ଶ୍ରୀ ଜଗନ୍ନାଥ ହେଉଛନ୍ତି ବିଶ୍ଵର ଦେବତା । ତାଙ୍କ ଆଗରେ ଉଚ୍ଚ, ନୀଚ, ବର୍ଣ୍ଣ ସବୁକିଛି ତୁଚ୍ଛ । ଇଟିଭି ଭାରତ, ପୁରୀ
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details