କାର୍ଥୀଗାଇ ପର୍ବରେ ହଜାର ହଜାର ଦୀପ ଜାଣିଲେ ଶ୍ରଦ୍ଧାଳୁ
Published : Nov 27, 2023, 9:45 AM IST
ଚେନ୍ନାଇ:କାର୍ଥୀଗାଇ ପର୍ବ(କାର୍ତ୍ତିକ ପୂର୍ଣ୍ଣିମା) ପାଇଁ ଉତ୍ସବ ମୁଖର ତାମିଲନାଡ଼ୁ । ପ୍ରଦୀପ ପ୍ରଜ୍ବଳନ କରି ଏହି ପର୍ବ ପାଳୁଛନ୍ତି ଶ୍ରଦ୍ଧାଳୁ । ଏହାକୁ 'କାର୍ତ୍ତିକ ଦୀପମ' ମଧ୍ୟ କୁହାଯାଇଥାଏ । ଏହା କାର୍ତ୍ତିକ ପୂର୍ଣ୍ଣିମା ଦିନ ପାଳନ କରାଯାଏ । ଏହି ଉତ୍ସବରେ ବହୁତଗୁଡ଼ିଏ ଦୀପ ଜାଳି ଭଗବାନଙ୍କୁ ଆରାଧନା କରାଯିବାର ବିଧି ରହିଛି । ତାମିଲନାଡ଼ୁ, ଆନ୍ଧପ୍ରଦେଶରେ ଏହା ବହୁ ପୁରାତନ କାଳରୁ ପାଳନ କରାଯାଇ ଆସୁଛି ।
ଏହା ବି ପଢନ୍ତୁ...ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ଧର୍ମ ଓ ସଂସ୍କୃତିର ପରମ୍ପରା ବୋଇତ ବନ୍ଦାଣ
ଏହି ଅବସରରେ ତାମିଲନାଡ଼ୁର ବିଭିନ୍ନ ସ୍ଥାନରେ 'କାର୍ତ୍ତିକ ଦୀପମ' ପାଳନ କରାଯାଇଛି । ଧ୍ୟାନଲିଙ୍ଗ ଏବଂ ଲିଙ୍ଗଭୈରବୀ ଆଦି ମନ୍ଦିରରେ ହଜାର ହଜାର ସଂଖ୍ୟାରେ ଦୀପ ଜାଳି ମନ୍ଦିର ପରିସରକୁ ସୁସଜ୍ଜିତ କରିଛନ୍ତି ଶ୍ରଦ୍ଧାଳୁ । ଯାହାକି ଖୁବ ଆକର୍ଷଣୀୟ ଦୃଶ୍ୟମାନ ହେଉଛି । ସେହିପରି ତୀର୍ଥକୁଣ୍ଡ, ନନ୍ଦି, ଆଦିୟୋଗୀ ଭଳି ଅନେକ ସ୍ଥାନରେ ଏହି ଉତ୍ସବ ଧୁମଧାମରେ ପାଳନ କରାଯାଉଛି ।