ଓଡିଶା

odisha

Etv Bharat

ହଠାତ୍ ବାରଣାସୀରେ ବଢିଲା ବଜରଙ୍ଗବଲ୍ଲୀଙ୍କ ମୂର୍ତ୍ତିର ଚାହିଦା, ବ୍ୟବସାୟୀ ଖୁସ୍

By

Published : Jun 27, 2023, 10:11 PM IST

Published : Jun 27, 2023, 10:11 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶର ପବିତ୍ର ବାରଣାସୀରେ ବୃଦ୍ଧି ପାଇଛି ବଜରଙ୍ଗ ବଲ୍ଲୀଙ୍କ କାଠ ପ୍ରତିମାର ଚାହିଦା । ଏଠାରେ ଏତେ ପରିମାଣରେ ହନୁମାନଙ୍କ ମୂର୍ତ୍ତି ବିକ୍ରି ହେଉଛି ଯେ ଦୋକାନଗୁଡ଼କିରେ ମୂର୍ତ୍ତିର ଅଭାବ ପରିଲକ୍ଷିତ ହୋଇଛି । ଲୋକେ ନିଜ ଘରେ ହନୁମାନଙ୍କ ପ୍ରତିମାକୁ ପୂଜାର୍ଚ୍ଚନା କରୁଥିବା ବେଳେ ବନ୍ଧୁ ପରିଜନଙ୍କ ମଧ୍ୟ ଏହି ବିଭିନ୍ନ ଆକାରର ମୂର୍ତ୍ତିକୁ ଉପହାରରେ ଦେଉଛନ୍ତି । ବିବାଦକୁ ନେଇ ଅନେକ ଥର ଟ୍ରେଣ୍ଡରେ ରହିଥାନ୍ତି ବଜରଙ୍ଗ ବଲ୍ଲୀ । ଏବେ ମୂର୍ତ୍ତିକୁ ନେଇ ପ୍ରଭୁ ହନୁମାନଙ୍କ ନାମ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିବା ଦେଖିବାକୁ ମିଳିଛି । ହନୁମାନଙ୍କ ମୂର୍ତ୍ତି ବିକ୍ରି ବଢିବାରୁ ବ୍ୟବସାୟୀମାନେ ଅତିରିକ୍ତ କାରିଗରଙ୍କ ଦ୍ବାରା ଅଧିକ ମୂର୍ତ୍ତି ଗଢିଥିବା କହିଛନ୍ତି । ଭଲ ବ୍ୟବସାୟ ହେଉଥିବାରୁ ବ୍ୟବସାୟୀମାନେ ମଧ୍ୟ ବେଶ ଖୁସିବ୍ୟକ୍ତ କରିଛନ୍ତି । ଜଣେ ବ୍ୟବସାୟୀ କହିଛନ୍ତି ଯେ ତାଙ୍କ ନିକଟକୁ ୧୦୦୦ ମୂର୍ତ୍ତି ଲାଗି ଅର୍ଡର ଆସିଛି । ଯେଉଁଥିରେ ପଞ୍ଚମୁଖୀ ହନୁମାନ, ଉଡୁଥିବା ହନୁମାନ, କାର ହ୍ୟାଙ୍ଗିଙ୍ଗ ହନୁମାନଙ୍କ ମୂର୍ତ୍ତିର ବେଶ ଚାହିଦା ରହୁଥିବା ସେ କହିଛନ୍ତି । 

ABOUT THE AUTHOR

...view details