ଓଡିଶା

odisha

ରାଜରାସ୍ତାରେ ବନ୍ଧୁକ ମୁନରେ ଲୁଟିନେଲେ 2 ଲକ୍ଷ, ଦେଖନ୍ତୁ ଭିଡିଓ

ETV Bharat / videos

ରାଜରାସ୍ତାରେ ବନ୍ଧୁକ ମୁନରେ ଲୁଟିନେଲେ 2 ଲକ୍ଷ, ଦେଖନ୍ତୁ ଭିଡିଓ - ରାଜରାସ୍ତାରେ ଡକାୟତି

By

Published : Jun 26, 2023, 1:09 PM IST

ନୂଆଦିଲ୍ଲୀ:ରାଜଧାନୀ ଦିଲ୍ଲୀରେ ସ୍ପଷ୍ଟ ଦିବାଲୋକରେ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଲେ 2 ଲକ୍ଷ ଟଙ୍କା । ପ୍ରଗତି ମୈଦାନ ଟନେଲ ନିକଟରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଜଣେ ଡେଲିଭରୀ ଏଜେଣ୍ଟ ନିଜ ସହଯୋଗୀଙ୍କ ସହ ଏକ କାରରେ ଆସୁଥିବା ବେଳେ ଦୁଇଟି ବାଇକରେ ପିଛା କରି ଆସୁଥିବା ଦୁର୍ବୃତ୍ତ ସେମାନଙ୍କୁ ଅଟକାଇଥିଲେ । ପ୍ରାୟ 5 ଜଣ ଦୁର୍ବୃତ୍ତ ବନ୍ଧୁକ ବାହାର କରି ଭୟଭୀତ କରି କାର ଭିତରୁ ଟଙ୍କା ବ୍ୟାଗ ଛଡାଇ ନେଇଥିଲେ । ଘଟଣାଟି 24 ତାରିଖର ବୋଲି ଜଣାପଡିଛି । ଅଭିଯୋଗକାରୀଙ୍କ ଅଭିଯୋଗ କ୍ରମେ ପୋଲିସ ଏକ ମାମଲା ରୁଜୁ କରି ଏହି ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ଏହି ଲୁଟ ବେଳର ସିସିଟିଭି ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସିସିଟିଭି ଫୁଟେଜ ସଂଗ୍ରହ କରି ଲୁଟେରାଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସ ଉଦ୍ୟମ ଜାରି ରଖିଥିବା ସୂଚନା ଦେଇଛି । 

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details