ଓଡିଶା

odisha

ETV Bharat / videos

ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ, ବାହାରଣାରେ ହରିଣ ଉଦ୍ଧାର - ନିଆଳିରେ ହରିଣ ଉଦ୍ଧାର

🎬 Watch Now: Feature Video

ଗାଁ ମୁହାଁ ହେଉଛନ୍ତି ଜଙ୍ଗଲୀ ଜନ୍ତୁ, ବାହାରଣାରେ ହରିଣ ଉଦ୍ଧାର

By ETV Bharat Odisha Team

Published : Dec 15, 2023, 5:05 PM IST

ନିଆଳି: କଟକ ଜିଲ୍ଲା ନିଆଳି ଥାନା ବାହାରଣା ଗ୍ରାମରେ ଏକ ଅଣ୍ଡିରା ହରିଣ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ । ପରେ ଫୁଲନଖରା ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ମିଳିଛି । ହରିଣକୁ ଚିକିତ୍ସା ପରେ ପୁନର୍ବାର ଜଙ୍ଗଲକୁ ଛାଡି ଦିଆଯିବ ବୋଲି ବନ ବିଭାଗ ଅଧିକାରୀ କହିଛନ୍ତି । ମିଳିଥିବା ସୂଚନା ଅନୁସାରେ କଟକ ଜିଲ୍ଲା ନିଆଳି ଥାନା ବାହାରଣା ଗ୍ରାମର ସୁଧିର କୁମାର ଦାସ ସକାଳ ସମୟରେ ଏକ ହରିଣ ଦେଖିଥିଲେ । ହରିଣକୁ ଧରିବା ପାଇଁ ଉଦ୍ୟମ କରିଥିଲେ । ଏକ ଗଡିଆରେ ହରିଣଟି ପଡିଯିବାରୁ ଉଦ୍ଧାର କରିଥିଲେ । ପରେ ଫୁଲନଖରା ବନ ବିଭାଗକୁ ଖବର ଦେବା ପରେ ବନ ବିଭାଗ ଅଧିକାରୀ ପହଞ୍ଚି ହରିଣକୁ ଉଦ୍ଧାର କରିଥିଲେ ।

ତେବେ ଜଙ୍ଗଲ ସମ୍ପଦର ଅବକ୍ଷୟ, ଖାଦ୍ୟ ଏବଂ ପାଣିର ଅଭାବ ଯୋଗୁଁ ଜଙ୍ଗଲ ଜନ୍ତୁ ଗାଁ ମୁହାଁ ହେଉଛନ୍ତି । ବହୁ ସମୟରେ ଜଙ୍ଗଲ ଜନ୍ତୁ ଗାଁ ଲୋକଙ୍କ ଦ୍ୱାରା ଶିକାର ହେଉଥିବା ନଜିର ମଧ୍ୟ ରହିଛି । ଅନେକ ସମୟରେ ମଧ୍ୟ ଜଙ୍ଗଲ ଜନ୍ତୁକୁ ଉଦ୍ଧାର କରାଯାଇ ବନ ବିଭାଗକୁ ହସ୍ତାନ୍ତର ମଧ୍ୟ କରାଯାଉଛି ।‌ ହେଟାବାଘ ହେଉ କିମ୍ବା ହରିଣ ଓ ମୃଗ ଏମାନଙ୍କୁ ଉପଯୁକ୍ତ ବାସସ୍ଥାନ, ଜଙ୍ଗଲ ଏବଂ ଖାଦ୍ୟ ଅଭାବ ଯୋଗୁଁ ବହୁ ସମୟରେ ଗାଁ ମୁହାଁ ହେଉଛନ୍ତି ଜଙ୍ଗଲି ଜନ୍ତୁ ।‌ ଏମାନଙ୍କ ପାଇଁ ଜଙ୍ଗଲ ସୃଷ୍ଟି ସାଙ୍ଗକୁ ଜଙ୍ଗଲ ମଝିରେ ପାଣି ବ୍ୟବସ୍ଥା ଏବଂ ଫଳନ୍ତି ବୃକ୍ଷ ସୃଷ୍ଟି କରାଗଲା ଜଙ୍ଗଲୀ ଜନ୍ତୁ ଆଉ ଗାଁ ମୁହାଁ ହୋଇନପାରନ୍ତେ ବୋଲି କହିଛନ୍ତି ଗ୍ରାମବାସୀ । 

ଏହା ମଧ୍ୟ ପଢନ୍ତୁ....ବିଲରୁ ଉଦ୍ଧାର ହେଲା ତିନି କଲରାପତରିଆ ଶାବକ

ଇଟିଭି ଭାରତ, ନିଆଳି

ABOUT THE AUTHOR

...view details