ଓଡିଶା

odisha

ଧୁମଧାମରେ ହେଲା ଜାଲିକାଟୁ ଷଣ୍ଢର ଅନ୍ତିମସଂସ୍କାର, ୧୦୦ରୁ ଅଧିକ ପ୍ରତିଯୋଗିତାରେ ଥିଲା ଅପରାଜିତ

ETV Bharat / videos

ଧୁମଧାମରେ ହେଲା ଜାଲିକାଟୁ ଷଣ୍ଢର ଅନ୍ତିମସଂସ୍କାର, ୧୦୦ରୁ ଅଧିକ ପ୍ରତିଯୋଗିତାରେ ଥିଲା ଅପରାଜିତ - ଜାଲିକାଟୁ ଷଣ୍ଢ ମୃତ୍ୟୁରେ ଦୁଃଖିତ ଗ୍ରାମବାସୀ

By

Published : Apr 18, 2023, 10:32 PM IST

ଚେନ୍ନାଇ:ଜାଲିକାଟୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିବା ଷଣ୍ଢର ମୃତ୍ୟୁ ପରେ ତାକୁ ପୂଜା କରି ଧୁମଧାମରେ ହେଲା ଅନ୍ତିମ ସଂସ୍କାର । ଏହି ଷଣ୍ଢ ଅନ୍ୟ ଷଣ୍ଢଠାରୁ ଥିଲା ସ୍ବତନ୍ତ୍ର । ଜାଲିକାଟୁ ପ୍ରତିଯୋଗିତାରେ ସେ କେବେ ହାରୁନଥିଲା । କାହାକୁ କ୍ଷତାକ୍ତ ମଧ୍ୟ କରୁନଥିଲା । ଏଯାବତ ସେ ୧୦୦ଟି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲା । ଏଥିଲାଗି ତାର ଲାଳନ ପାଳନର ଦାୟିତ୍ବ ନେଇଥିଲେ ଗ୍ରାମବାସୀ । ସେ ପ୍ରତିଟି ଗ୍ରାମବାସୀଙ୍କ ଘରକୁ ଘର ବୁଲି ଫଳମୂଳ, ନଡ଼ା ଆଦି ଖାଉଥିଲା । ହେଲେ ଯେତେବେଳେ ତାର ମୃତ୍ୟୁ ଘଟିଛି ଲୋକେ ଦୁଃଖିତ ହୋଇପଡ଼ିଛନ୍ତି । ଏଭଳି ଭାବବିହ୍ବଳ ଦୃଶ୍ୟ ତାମିଲନାଡୁ ଡିଣ୍ଡିଗୁଲ ଅଞ୍ଚଳରେ ଦେଖିବାକୁ ମିଳିଛି । ଏହି ଷଣ୍ଢଟି କାବାରାୟାପଟ୍ଟି ମନ୍ଦିରରେ ରହୁଥିଲା । ସେ ଗତ କିଛି ଦିନ ଧରି ଅସୁସ୍ଥ ହୋଇପଡ଼ିଥିବା ବେଳେ ଗତକାଲି (ଏପ୍ରିଲ ୧୭) ତାର ମୃତ୍ୟୁ ଘଟିଛି । ଏହାପରେ ଗ୍ରାମବାସୀ ପ୍ରଥମେ ମୃତ ଷଣ୍ଢକୁ ପୂଜା କରିବା ପରେ ବାଣ ଫୁଟାଇ ଏକ ଶୋଭାଯାତ୍ରାରେ ମୃତଦେହକୁ ନେବା ପରେ ତାର ଅନ୍ତିମ ସଂସ୍କାର କରିଛନ୍ତି । 

ABOUT THE AUTHOR

...view details