ବାଲିଯାତ୍ରାରେ ଦହିବରାର ମଜା, ଷ୍ଟଲ ଆଗରେ ଜମୁଛି ଭିଡ - କଟକ ବାଲିଯାତ୍ରା
Published : Dec 3, 2023, 12:56 PM IST
କଟକ:ବାଲିଯାତ୍ରା କାହା ପାଇଁ ବୁଲାବୁଲି ମଜା, ତ ଆଉ କାହାପାଇଁ କିଣାକିଣି। ହେଲେ ସମସ୍ତଙ୍କ ମନ ଟାଣେ ଖାଦ୍ୟର ପସରା ଆଡ଼କୁ। ହେଲେ ଖାଦ୍ୟପ୍ରେମୀଙ୍କ ପେଟ କଥା ବୁଝିବା ପାଇଁ ଦହିବରାର କ୍ରେଜ କମିନି । ବୁଲାବୁଲି, କିଣାକିଣି ଆଉ ଦୋଳିଖେଳ ଖାଲି ମନକୁ ସରାଗ। ହେଲେ ପାଟି ଓ ପେଟ ଖୋଜୁଥାଏ ବାଲିଯାତ୍ରାର ଫୁଡ୍ଷ୍ଟଲ୍କୁ। ହେଲେ ସମସ୍ତଙ୍କ ମନ ଖୋଜିଥାଏ ଦହିବରାକୁ । ଦହିବରା ଖାଇ ଯାତ୍ରା ବୁଲିବାର ମଜା କିନ୍ତୁ ଅଲଗା। ଏପରିସ୍ଥଳେ ଯେଉଁଠି ସବୁ ଦହିବରା ବିକ୍ରି ହେଉଛି ତାହା ସମ୍ପୂର୍ଣ୍ଣ ସ୍ବାସ୍ଥ୍ୟକର ପରିବେଷ ମଧ୍ୟରେ କରାଯାଉଛି। ଯାହାଦ୍ୱାରା ଲୋକମାନେ ବେଶି ଆକୃଷ୍ଟ ହେଉଛନ୍ତି ଦହିବରା ଖାଇବା ପାଇଁ । ଏହାସହ କଟକରେ ଯେଉଁ ଦହିବରାର ବାସ୍ନା ତାହା ମଧ୍ୟ ନିଆରା । ତେବେ ବାଲିଯାତ୍ରାକୁ ଲକ୍ଷ ଲକ୍ଷ ଲୋକ ଆସୁଥିବା ବେଳେ ଦହିବରାର ବି ମଜା ନେଉଛନ୍ତି ।
ଏହା ମଧ୍ୟ ପଢନ୍ତୁ - ବାଲିଯାତ୍ରା ୨୦୨୩: ଚୁରନ ଷ୍ଟଲ ଆଗରେ ଦର୍ଶକଙ୍କ ଭିଡ଼, ଶରୀର ପାଇଁ ଏହା କେତେ ଉପଯୋଗୀ ?
ଇଟିଭି ଭାରତ, କଟକ