ଓଡିଶା

odisha

National Sports Day

ETV Bharat / videos

National Sports Day 2023: ମାରୱାଡ଼ି ଯୁବ ମଞ୍ଚ ପକ୍ଷରୁ ସାଇକ୍ଲୋଥୋନ ଆୟୋଜିତ

By ETV Bharat Odisha Team

Published : Aug 27, 2023, 2:11 PM IST

ଝାରସୁଗୁଡା: ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ । ଭାରତୀୟ ହକିର ପ୍ରବାଦ ପୁରୁଷ ମେଜର୍‌ ଧ୍ୟାନଚାନ୍ଦଙ୍କ ଜନ୍ମ ଦିବସକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି । ଏନେଇ ଆଜି ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ଝାରସୁଗୁଡ଼ା ସହରରେ ସାଇକ୍ଲୋଥୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଝାରସୁଗୁଡ଼ା ବିଧାୟିକା ଦୀପାଳି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଆଜି ସକାଳୁ ସହରର ମନମୋହନ ସ୍କୁଲରୁ ଗାନ୍ଧି ଛକ ପର୍ଯ୍ୟନ୍ତ ସାଇକ୍ଲୋଥୋନ ଅନୁଷ୍ଠିତ ହୋଇଥିଲା । ଯୁବ ଗୋଷ୍ଠୀଙ୍କୁ ଖେଳ ଓ ଶାରୀରିକ ବ୍ୟାୟାମ ଉପରେ ସଚେତନ କରାଇବା ନେଇ ଏହି ସାଇକ୍ଲୋଥୋନ ମୂଳ ଲକ୍ଷ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି । ତେବେ ଏହି କାର୍ଯ୍ୟକ୍ରମରେ ଝାରସୁଗୁଡ଼ା ସହରର ବହୁ ଯୁବକ ସଂଗଠନ, କ୍ଳବ, ସାମାଜିକ ଅନୁଷ୍ଠାନ ଯୋଗ ଦେଇଥିଲେ । 

  ଏହା ମଧ୍ୟ ପଢନ୍ତୁ- National Sports Day 2022, ସାଇକ୍ଲୋଥୋନରେ ସାମିଲ ହେଲେ ରାୟଗଡା ଜିଲ୍ଲାପାଳ

ଇଟିଭି ଭାରତ, ଝାରସୁଗୁଡା 

ABOUT THE AUTHOR

...view details