ଓଡିଶା

odisha

National Sports Day

ETV Bharat / videos

National Sports Day: ବୌଦ୍ଧରେ ସାଇକ୍ଲୋଥନ କାର୍ଯ୍ୟକ୍ରମ ଆୟୋଜିତ

By ETV Bharat Odisha Team

Published : Aug 27, 2023, 3:21 PM IST

ବୌଦ୍ଧ:ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଏ । ଏହି ଅବସରରେ ଆଜି ମାରୱାଡ଼ି ଯୁବା ମଞ୍ଚ ପକ୍ଷରୁ ବୌଦ୍ଧରେ ସାଇକ୍ଲୋଥୋନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।  ଏହି ଦିବସର ଅବ୍ୟବହିତ ପୂର୍ବରୁ ଜିଲ୍ଲାକୁ ମିଳିଛି ସମ୍ମାନଜନକ ସ୍କଚ୍‌ ଆଓ୍ବାର୍ଡ । ଜିଲ୍ଲାର ବାନ୍ଧକଳା ଓ ବୁଣାକାର ବଜାରକୁ ନେଇ ଏହି ସମ୍ମାନଜନକ ଆଓ୍ବାର୍ଡ ମିଳିଥିବା ସୂଚନା ମିଳିଛି । ଅନ୍ୟପଟେ ଏହି  ସାଇକ୍ଲୋଥୋନ କାର୍ଯ୍ୟକ୍ରମରେ ଖୋଦ ବୌଦ୍ଧ ପୋଲିସ ଏସପି ରାଜ ପ୍ରସାଦ ସାଇକେଲ ଚଲାଇ ବଲାସିଙ୍ଘା ବାଟାଲିୟନ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ମାରଓ୍ବାଡି ଯୁବା ମଞ୍ଚ ପକ୍ଷରୁ ଆୟୋଜିତ ଏହି  ସାଇକ୍ଲୋଥୋନ କାର୍ଯ୍ୟକ୍ରମରେ ସ୍ଥାନୀୟ ଗାନ୍ଧୀ ଛକଠାରୁ ମର୍ଜାକୁଦ ପର୍ଯ୍ୟନ୍ତ ଏକ ସାଇକେଲ ରାଲି ହୋଇଥିଲା ।  ସୁସ୍ଥ ଶରୀର ପାଇଁ ସାଇକେଲ ଚାଳନା ଏକାନ୍ତ ଜରୁରୀ ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ଥିଲା ।

ଏହା ମଧ୍ୟ ପଢନ୍ତୁ-National Sports Day 2022, ସାଇକ୍ଲୋଥୋନରେ ସାମିଲ ହେଲେ ରାୟଗଡା ଜିଲ୍ଲାପାଳ

ଇଟିଭି ଭାରତ, ବୌଦ୍ଧ  

ABOUT THE AUTHOR

...view details