ଓଡିଶା

odisha

କେନ୍ଦୁଝରରେ ଗଡ଼ିଲା ସାଇବର ସୁରକ୍ଷା ଅଭିଯାନ ରଥ

By ETV Bharat Odisha Team

Published : Oct 2, 2023, 7:11 PM IST

କେନ୍ଦୁଝରରେ ଗଡ଼ିଲା ସାଇବର ସୁରକ୍ଷା ଅଭିଯାନ ରଥ

କେନ୍ଦୁଝର:ଦିନକୁ ଦିନ ସାଇବର କ୍ରାଇମ ସଂଖ୍ୟା ବୃଦ୍ଧି ପାଉଛି । ନୂତନ ପ୍ରଣାଳୀରେ ସାଇବର ଠକମାନେ ସାଧାରଣ ଲୋକଙ୍କୁ ଠକୁଛନ୍ତି । ସଚେତନତା ଅଭାବରୁ ଗରିବ ହେଉକି ଧନୀ ସାଇବର ଠକଙ୍କ ହାବୁଡ଼ରେ ପଡ଼ି ନିଜ କଷ୍ଟ ଉପାର୍ଜିତ ଧନ କ୍ଷତି କରୁଛନ୍ତି । ଏହି ସାଇବର ଠକେଇ ରୋକିବାକୁ ଅଣ୍ଟା ଭିଡ଼ିଛି ଓଡ଼ିଶା ପୋଲିସ । ଏନେଇ ସମାଜର ତଳସ୍ତର ପର୍ଯ୍ୟନ୍ତ ସଚେତନ କାର୍ଯ୍ୟକ୍ରମ କରିବାକୁ ଯୋଜନା କରିଛି ଓଡ଼ିଶା ପୋଲିସ । ତେବେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏହି ସଚେତନତା ଅଭିଯାନ ପାଇଁ କେନ୍ଦୁଝର ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ରାଉରକେଲାରେ ଗଡିଲା ସାଇବର କ୍ରାଇମ ସଚେତନତା ରଥ

ତେବେ ଆଜି କେନ୍ଦୁଝର ସ୍ଥାନୀୟ ପୋଲିସ ମୁଖ୍ୟାଳୟରେ ସାଇବର ସଚେତନତା ଅଭିଯାନ ରଥର ଶୁଭାରମ୍ଭ କରାଯାଇଛି । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନୀତିନ କୁସଲକର ଦଗଡୁ ଏହି ରଥର ଶୁଭାରମ୍ଭ କରିଛନ୍ତି। ଆଜି ଠାରୁ ପନ୍ଦର ଦିନ ଧରି ଜିଲ୍ଲା ବ୍ୟାପି ଏହି ସଚେତନତା ଅଭିଯାନ କରାଯିବ । ତେବେ ଏହି ଅବସରରେ ନିତିନ କୁସଲକର କିପରି ସାଇବର ଅପରାଧରୁ ସୁରକ୍ଷିତ ରହିବେ, ସୋସିଆଲ ମିଡ଼ିଆ ବ୍ୟବହାର କ୍ଷେତ୍ରରେ ସତର୍କତା, ପିଲାଙ୍କୁ କିପରି ସାଇବର ଅପରାଧରୁ ସୁରକ୍ଷିତ ରଖିବେ, ଆର୍ଥିକ କାରବାର ସମୟରେ ସତର୍କତା, ଅନଲାଇନ ସପିଙ୍ଗରେ ସତର୍କତା, ଲୋନ ଆପ ଠକେଇ, ନିଯୁକ୍ତି ଠକେଇ ଭଳି ସାଇବର ଠକାମୀର ଶିକାର ହେଉଥିବା ଅନୁଭବ କଲେ ତୁରନ୍ଧ ୧୯୩୦ ସହାୟତା ନମ୍ବରକୁ ଯୋଗାଯୋଗ କରିବା ପାଇଁ କହିଛନ୍ତି ।  ଏହାସହ ସାଇବର ଠକଙ୍କ ଠାରୁ କିଭଳି ଜିଲ୍ଲାର ସାଧାରଣ ଲୋକ ସୁରକ୍ଷା ପାଇବେ ସେଦିଗରେ ସମସ୍ତଙ୍କୁ ସଚେତନ ହେବାକୁ କହିବା ସହିତ ଗଣମାଧ୍ୟମ ମାଧ୍ୟମରେ ଏହି ଅଭିଯାନର ପ୍ରଚାର ଓ ପ୍ରସାର ପାଇଁ ସହଯୋଗ ଲୋଡିଛନ୍ତି । 


ଇଟିଭି ଭାରତ, କେନ୍ଦୁଝର

ABOUT THE AUTHOR

...view details