ଓଡିଶା

odisha

15 ତାରିଖରୁ ପିଣ୍ଡି ବଣ୍ଟନ ନେଇ ପ୍ରତିଶ୍ରୁତି ଦେଲେ ମେୟର

ETV Bharat / videos

ତୁଟୁବାର ନାଁ ଧରୁନି କଟକ ଅର୍ବାନ ହାଟ ବିବାଦ, 15 ତାରିଖରୁ ପିଣ୍ଡି ବଣ୍ଟନ ନେଇ ପ୍ରତିଶ୍ରୁତି ଦେଲେ ମେୟର - ପିଣ୍ଡି ବଣ୍ଟନ ନେଇ ପ୍ରତିଶ୍ରୁତି ଦେଲେ ମେୟର

By ETV Bharat Odisha Team

Published : Oct 13, 2023, 6:59 AM IST

କଟକ:  ତୁଟୁନି କଟକ ଅର୍ବାନ ହାଟ ପିଣ୍ଡି ବଣ୍ଟନର ଅଳିଆ । ବିଧାୟକଙ୍କ ଦ୍ଵାରା ପିଣ୍ଡି ଆବଣ୍ଟନ ଅନିୟମିତତା ଅଭିଯୋଗ ହେବା ପରେ ପୁନର୍ବାର ବ୍ୟବସାୟୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତି ପାଇଁ ଉଚ୍ଚ ସ୍ତରୀୟ କମିଟିର ସ୍ଥିତି ଅନୁଧ୍ୟାନ । ସେହିଭଳି ଆବଣ୍ଟନ ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକ ସୌଭିକ୍ ବିଶ୍ଵାଳ । ଶୃଙ୍ଖଳିତ ଓ ସଠିକ୍ ପ୍ରଣାଳୀରେ ଆସନ୍ତା 15 ତାରିଖରୁ ପିଣ୍ଡି ବଣ୍ଟନ କରାଯିବ ବୋଲି କହିଛନ୍ତି କଟକ ମେୟର ସୁବାସ ସିଂ।  

ସୂଚନା ଅନୁଯାୟୀ, ଉଦଘାଟନକୁ ପାଖାପାଖି ମାସେ ହେବାକୁ ବସିଲାଣି ହେଲେ ଆରମ୍ଭ ହୋଇପାରୁନି କଟକ ଛତ୍ରବଜାର ଅର୍ବାନ ପରିବା ହାଟ । ଖୋଦ୍ ମୁଖ୍ୟମନ୍ତ୍ରୀ ଏହାର ଉଦଘାଟନ କରିଥିଲେ ବି ବିବାଦ ଯୋଗୁଁ ନବନିର୍ମିତ ପରିବା ହାଟ ଖୋଲି ପାରୁନାହିଁ ।  ବିଧାୟକ ସୌଭିକ ବିଶ୍ୱାଳ ଓ କମିଟି ଯେଉଁ ଟୋକନ୍ ବାଣ୍ଟିଥିଲେ ତାହା ଉପରେ ଆଜି ପୁନର୍ବାର କଟକ ଅର୍ବାନ ହାଟ ପାଇଁ ମହାନଗର ନିଗମ ଓ ପରିଚାଳନା କମିଟିର ବ୍ୟବସାୟୀ ଚିହ୍ନଟ ଓ ତାଲିକା ପ୍ରସ୍ତୁତି ଆରମ୍ଭ କରାଯାଇଛି । ସିଏମସିର ଡେପୁଟି କମିଶନର ନିଜେ ମଧ୍ୟ ଉପସ୍ଥିତ ରହି ପ୍ରତ୍ୟେକ ବ୍ୟବସାୟୀମାନଙ୍କୁ ଚିହ୍ନଟ କରିଥିଲେ । ପୂର୍ବରୁ ଆସିଥିବା ତାଲିକା ସହ ବର୍ତ୍ତମାନର ବ୍ୟବସାୟୀଙ୍କ ମଧ୍ୟରେ ଯାଞ୍ଚ କରାଯିବ । ସେହିଭଳି ପୋଲିସ୍ ଅତିରିକ୍ତ ଡିସିପି, ଏସିପି ,  ପ୍ରଶାସନର ଅଧିକାରୀ, ସ୍ଥାନୀୟ 5ଟି କର୍ପୋରେଟର, ଷ୍ଟାଡିଂ କମିଟିର ଅଧ୍ୟକ୍ଷ , ଛତ୍ର ବଜାର ବ୍ୟବସାୟୀ ସଂଘ ଓ ମାଲଗୋଦାମ ବଣିକ ସଂଘକୁ ନେଇ ଗଠିତ ଏହି ଉଚ୍ଚ ସ୍ତରୀୟ କମିଟି ମାଧ୍ୟମରେ ବ୍ୟବସାୟୀଙ୍କୁ ଚିହ୍ନଟ ଓ ପିଣ୍ଡି ବଣ୍ଟନ କରାଯିବ ବୋଲି କହିଛନ୍ତି ମେୟର ସୁବାଷ ସିଂ । 

ଇଟିଭି ଭାରତ, କଟକ

ABOUT THE AUTHOR

...view details