ବଢିବ କି ବାଲିଯାତ୍ରାର ଅବଧି, ଶୁଣନ୍ତୁ କଣ କହୁଛନ୍ତି କଟକ ଜିଲ୍ଲାପାଳ
କଟକ: ଦୀର୍ଘ ଦୁଇ ବର୍ଷ ବ୍ୟବଧାନ ରେ ବାଲିଯାତ୍ରା ଆୟୋଜନ କରାଯାଉଥିବାରୁ ଐତିହାସିକ ପଡ଼ିଆରେ ପ୍ରବଳ ଜନସମାଗମ ହେଉଛି । ଦୁଲୁକୁଛି ବାଲିଯାତ୍ରା ପଡିଆ । ଲକ୍ଷ ଲକ୍ଷ ଦର୍ଶକଙ୍କ ଭିଡ଼ ଜମୁଛି ଐତିହାସିକ ପଡ଼ିଆରେ । ବ୍ୟବସାୟୀ ମାନେ ବି ଭଲ ବ୍ୟବସାୟ କରୁଛନ୍ତି । ତେବେ ଚଳିତବର୍ଷ ବାଲିଯାତ୍ରା କୁ ସଫଳ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଉଛି । କଟକ ଜିଲ୍ଳାପାଳଙ୍କ ନେତୃତ୍ୱରେ ବାଲିଯାତ୍ରା ଆୟୋଜନ କରୁଛି ପ୍ରଶାସନ । ଦର୍ଶକଙ୍କୁ ଆକୃଷ୍ଟ କରିବାକୁ ବ୍ୟାପକ ପଦକ୍ଷେପ ନେଉଛି ପ୍ରଶାସନ । ତେବେ ବଢିବ କି ବାଲିଯାତ୍ରାର ଅବଧି ! ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନ ମଧ୍ୟ ଉଙ୍କି ମାରୁଛି । ତେବେ ଏନେଇ ଇଟିଭି ଭାରତକୁ EXCLUSIVE ପ୍ରତିକ୍ରିୟା ଦେଇଛନ୍ତି କଟକ ଜିଲ୍ଳାପାଳ ଡ଼ଃ ଭବାନୀ ଶଙ୍କର ଚୟନୀ । ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ ... ଇଟିଭି ଭାରତ, କଟକ
Last Updated : Feb 3, 2023, 8:32 PM IST