ଓଡିଶା

odisha

ETV Bharat / videos

ବାଲିଯାତ୍ରାରେ ହୋଇନି କୌଣସି ପ୍ରକାର ଅନିୟମିତତା: କଟକ ଜିଲ୍ଲାପାଳ

By

Published : Nov 19, 2022, 7:52 PM IST

Updated : Feb 3, 2023, 8:33 PM IST

କଟକ: ବାଲିଯାତ୍ରାରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛି କଟକ ମହାନଗର ଶାନ୍ତି କମିଟି । ତେବେ ଏନେଇ ପ୍ରତିକ୍ରିୟା ରଖିଛନ୍ତି କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ । ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଳାପାଳ । ରାଜ୍ୟ ସରକାରଙ୍କ ନିର୍ଦ୍ଧେଶ କ୍ରମେ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ଆୟୋଜନ କରିଥିଲା । ଆଉ ସଫଳତାର ସହ ବାଲିଯାତ୍ରା ଶେଷ ହୋଇଛି । ତେବେ ମହାନଗର ଶାନ୍ତି କମିଟି ଯେଉଁ ଆରୋପ ଲଗାଉଛି ତାହା ଭିତ୍ତିହୀନ ବୋଲି ଜିଲ୍ଲାପାଳ କହିଛନ୍ତି । ବାଲିଯାତ୍ରାରେ କୌଣସି ପ୍ରକାର ଅନିୟମିତତା ହୋଇନାହିଁ । ଯଦି ଅଡିଟ କରାଯିବ ସେ ଏହାକୁ ସ୍ବାଗତ କରିବେ ବୋଲି କହିଛନ୍ତି । ତେବେ ଏନେଇ ଜିଲ୍ଳାପାଳଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ । ଇଟିଭି ଭାରତ, କଟକ
Last Updated : Feb 3, 2023, 8:33 PM IST

ABOUT THE AUTHOR

...view details