ଓଡିଶା

odisha

Kumar Purnima 2023

ETV Bharat / videos

କୁମାର ପୂର୍ଣ୍ଣିମା ଉତ୍ସବ, ନାଚଗୀତରେ ମସଗୁଲ କୁମାରୀ

By ETV Bharat Odisha Team

Published : Oct 28, 2023, 10:58 PM IST

ରାଉରକେଲା:ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣମୀ । ଓଡ଼ିଆଙ୍କ ପର୍ବ ଏବଂ ପରମ୍ପରାରେ ଏହି ଦିନଟିର ମହତ୍ତ୍ବ ଅଧିକ । ତେବେ ଏହି ଅବସରରେ ରାଉରକେଲାରେ ଆୟୋଜିତ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । କୁମାରୀମାନେ ଧୁମଧାମରେ ପାଳନ କରିଛନ୍ତି କୁମାର ପୂର୍ଣ୍ଣିମା ଉତ୍ସବ । ସହରର ସିଭିକ ସେଣ୍ଟରଠାରେ ସାଂସ୍କୃତିକ ଓ ପାରମ୍ପରିକ ଠାଣିରେ ଏହି ଉତ୍ସବ ପାଳନ କରାଯାଇଛି । ଆଦର୍ଶ ପାଠାଗାର ପକ୍ଷରୁ ଭଞ୍ଜ ସାସ୍କୃତିକ ନ୍ୟାସ ସହଯୋଗରେ କୁମାର ଉତ୍ସବ ୨୦୨୩ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ନାଚଗୀତରେ କୁମାରୀମାନେ ଝୁମି ଉଠିଛନ୍ତି । ଏହି କାର୍ଯ୍ୟକ୍ରମରେ ରଘୁନାଥପାଲି ବିଧାୟକ ସୁବ୍ରତ ତରାଇ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।  

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା । ଆଶ୍ବିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ । ଏହିଦିନ ମା' ଧନଦାତ୍ରୀ ଦେବୀଙ୍କର ଆରାଧନା କରାଯାଉଥିବାରୁ ଏହାକୁ ଗଜଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ । ଏହି ଦିନ ଓଡ଼ିଶାବାସୀ ତୁଳସୀ ଚଉରା, ଗଜଲକ୍ଷ୍ମୀ, ଚନ୍ଦ୍ର, ସୂର୍ଯ୍ୟ ଓ କାର୍ତ୍ତିକଙ୍କର ପୂଜା ଆରାଧନା କରି ନିଜର ସୁଖ, ସୌଭାଗ୍ୟ, ଯଶ, ଧନ କାମନା କରିଥାନ୍ତି । ଓଡ଼ିଶାରେ ଏହି ପର୍ବ ସାଧାରଣତଃ କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି ।  

ଏହା ବି ପଢନ୍ତୁ-  29ରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ, ଏଠାରେ ଦେଖନ୍ତୁ ଲାଇଭ ଷ୍ଟ୍ରିମ

ତେବେ ଆଜିର ଏହି ରାଉରକେଲା ସିଭିକ ସେଣ୍ଟର କାର୍ଯ୍ୟକ୍ରମରେ ନାଚ ଗୀତ ସହ ନାଟକ ଏବଂ ଆମର ଓଡ଼ିଆ ସଂସ୍କୃତି ପରମ୍ପରା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । ସନ୍ଧ୍ୟା ସମୟରେ କୁମାରୀମାନେ ପୁଣି ନୂତନ ବସ୍ତ୍ର ପରିଧାନ କରି ଚନ୍ଦ୍ର ଓ ଚଉରାଙ୍କୁ ପୂଜା କରିଥାନ୍ତି । କୁମାର ପୂର୍ଣ୍ଣିମାର କିଛିଦିନ ପୂର୍ବରୁ ଚଉରାକୁ ଭଲ ଭାବରେ ସଫା କରି ରଙ୍ଗ କରାଯାଇଥାଏ । ତେବେ ଏଭଳି ଭାବରେ ଧୁମଧାମରେ ପ୍ରତ୍ୟକ ଘରେ ଆଜି କୁମାର ପୂର୍ଣ୍ଣିମା ପାଳନ କରାଯାଏ । ତେବେ ଆଜି ସିଭିକ ସେଣ୍ଟରରେ କୁମାର ପୂର୍ଣ୍ଣମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ନାଚ ଗୀତ ଏବଂ ସଂସ୍କୃତି ପରମ୍ପରାକୁ ନେଇ ରାଉରକେଲାରେ ପାଳନ ହୋଇଛି ଏହି କୁମାର ପୂର୍ଣ୍ଣିମା ଉତ୍ସବ।

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details