ଓଡିଶା

odisha

77th I-Day: ଯବାନଙ୍କ ଦେଶ ପ୍ରୀତିର ବାର୍ତ୍ତା, ସହର ସାରା ବୁଲି ଦେଲେ ହର ଘର ତ୍ରିରଙ୍ଗା ଆହ୍ବାନ

By

Published : Aug 14, 2023, 8:52 PM IST

CRPF Jawans

ଭୁବନେଶ୍ବର:ଦେଶ ପାଳିବ ୭୭ତମ ସ୍ବାଧୀନତା ଦିବସ । ଏହି ଦିବସକୁ ନେଇ ତ୍ରିରଙ୍ଗା ଶୋଭାଯାତ୍ରା କରୁଛନ୍ତି ସିଆରପିଏଫ ଯବାନ । ଯବାନମାନେ ଭୁବନେଶ୍ବରରେ ଥିବା ଜନଗହଳିପୂର୍ଣ୍ଣ ସ୍ଥାନ ସହ ସ୍କୁଲ କଲେଜ ପାର୍କ ଯାଇ ଲୋକମାନଙ୍କୁ ଘରେ ଘରେ ତ୍ରିରଙ୍ଗା ଉଡାଇବା ପାଇଁ ଅନୁରୋଧ କରୁଛନ୍ତି । ଭାରତ ମାତା କି ଜୟ ନାରା ଦେବା ସହ ହାତରେ ତ୍ରିରଙ୍ଗା ଧରି ନାରଙ୍ଗୀ ରଙ୍ଗରେ ରଙ୍ଗେଇ ହୋଇ ଦେଶାତ୍ମକ ବୋଧକୁ ପ୍ରତିଟି ନାଗରିକ ଭିତରେ ଜାଗୃତ କରିଛନ୍ତି । ତ୍ରିରଙ୍ଗା ପ୍ରତି ସମ୍ମାନ ଜଣାଇବା ସହ ଦେଶ ମାତୃକା ପ୍ରତି ଭଲପାଇବାକୁ ନିଜ ଭିତରେ ଜାଗୃତ କରିବା ପାଇଁ ସହର ସାରା ବୁଲି ବୁଲି ସଚେତନ କରୁଛନ୍ତି । ଭାରତୀୟ ଭାବେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ତ୍ରିରଙ୍ଗାଟିଏ ଉଡାଇବା ସହ ଦେଶର ସମ୍ମାନକୁ ସର୍ବଦା ଉଚ୍ଚା ରଖିବାର ବାର୍ତ୍ତା ନେଇ ଯବାନମାନେ ସହର ପରିଭ୍ରମଣ କରିଥିଲେ ।  

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details