ସଫଳ ହେଲା ଆଦିତ୍ୟ L1ର ଉତକ୍ଷେପଣ, 'ଭାରତ ମାତା କି ଜୟ' ଧ୍ବନିରେ କମ୍ପିଲା ସ୍ପେସ ସେଣ୍ଟର ପରିସର - ଆଦିତ୍ୟ L1 ଉତକ୍ଷେପଣ
Published : Sep 2, 2023, 12:58 PM IST
ହାଇଦ୍ରାବାଦ:ସୂର୍ଯ୍ୟଙ୍କ ଉପରେ ଅନୁଧ୍ୟାନ କ୍ଷେତ୍ରରେ ଆଉ ପାଦେ ଆଗେଇଲା ଭାରତ । ସୂର୍ଯ୍ୟ ଅଭିଯାନ ଯାତ୍ରା ଆରମ୍ଭ କଲା ଇସ୍ରୋର ସୌର ମିଶନ ଆଦିତ୍ୟ L1 । ସଫଳ ହେଲା ଆଦିତ୍ୟ L1 ଉତକ୍ଷେପଣ । ଆଜି ପୂର୍ବାହ୍ନ 11ଟା 50 ମିନିଟ ସମୟରେ ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ସୂର୍ଯ୍ୟ ଅଭିମୁଖେ ଯାତ୍ରା ଆରମ୍ଭ କଲା ଆଦିତ୍ୟ ଏଲ-1 । ତେବେ ଏହି ଉତକ୍ଷେପଣ ଦେଖିବା ପାଇଁ ସ୍ପେସ ସେଣ୍ଟର ପରିସରରେ ଶହଶହ ଲୋକଙ୍କ ଭିଡ ଜମିଥିଲା । ଚନ୍ଦ୍ରଯାନ ମିଶନ ସଫଳ ହେବା ପରେ ସୌର ମିଶନ ଆଦିତ୍ୟ L1ର ଉତକ୍ଷେପଣକୁ ନେଇ ପୁରା ଦେଶବାସୀଙ୍କ ମଧ୍ୟରେ ଜିଜ୍ଞାସା ରହିଥିଲା । ଛାତ୍ରଛାତ୍ରୀଙ୍କ ସହ ଅନେକ ଉପସ୍ଥିତ ରହିଥିଲେ । ତେବେ ଉତକ୍ଷେପଣ ସମୟରେ ଭାରତ ମାତା କି ଜୟ ଧ୍ବନିରେ କମ୍ପିଥିଲା ଶ୍ରୀହରିକୋଟା ସତୀଶ ଧାୱନ ମହାକାଶ କେନ୍ଦ୍ର ପରିସର । ଦେଶବାସୀଙ୍କ ଏହି ଚିତ୍କାରରୁ ସ୍ପଷ୍ଟ ବାରି ହୋଇପଡୁଥିଲା ସେମାନଙ୍କର ଖୁସି । ଆଦିତ୍ୟ L1କୁ ନେଇ ରହିଥିବା 140 କୋଟି ଭାରତୀୟଙ୍କ ସ୍ବପ୍ନର ଗୋଟିଏ ଅଧ୍ୟାୟ ସଫଳତାର ସହ ପୂରଣ ହୋଇପାରିଛି।
ଏହା ମଧ୍ୟ ପଢନ୍ତୁ: Aditya L1 Mission: ଆଦିତ୍ୟ L1ର ସଫଳ ଉତକ୍ଷେପଣ, ଖୋଲିବ ସୂର୍ଯ୍ୟ ରହସ୍ୟ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ