ଓଡିଶା

odisha

crocodile terror

ETV Bharat / videos

ବର୍ଷା ପରେ ଟିକରପଡା ଗାଁକୁ ପଶି ଆସିଲା କୁମ୍ଭୀର

By

Published : Jun 29, 2023, 10:56 AM IST

ଅନୁଗୋଳ:ଅନୁଗୋଳ ଜିଲ୍ଲାର ଟିକରପଡା ଗାଁରେ କୁମ୍ଭୀର ଛୁଆ । ଯାହାକୁ ଦେଖି ଲୋକେ ଭୟଭୀତ । ଅତ୍ୟଧିକ ବର୍ଷା କାରଣରୁ ଏକ କୁମ୍ଭୀର ଛୁଆ ଟିକରପଡା ଗାଁ ଭିତରକୁ ପଶି ଆସିଥିବା ଜଣାପଡିଛି । ରାଜ୍ୟର କେନ୍ଦ୍ରାପଡା ଓ ଅନ୍ୟ ଅଞ୍ଚଳରେ କୁମ୍ଭୀର ଆକ୍ରମଣରେ ମଣିଷ ମୃତ୍ୟୁ ଖବର ପ୍ରଚାର ହେଉଥିବା ବେଳେ ଗାଁ ଭିତରକୁ କୁମ୍ଭୀର ଛୁଆ ପଶି ଆସିବା ଲୋକଙ୍କ ମନରେ ଛନକା ପସିଛି । ଖବର ପାଇ ସ୍ଥାନୀୟ ବନ ବିଭାଗ କୁମ୍ଭୀର ଛୁଆଟିକୁ ସୁରକ୍ଷିତ ଉଦ୍ଧାର କରିଥିବା ଜଣାପଡିଛି । ତେବେ ଏହି କୁମ୍ଭୀର ଛୁଆଟି ମଗର କୁମ୍ଭୀରର ଛୁଆ ହୋଇଥିବା ବେଳେ ଏହା ନଦୀରୁ ନା କୁମ୍ଭୀର ପ୍ରଜନନ କେନ୍ଦ୍ରରୁ ଚାଲି ଆସିଛି ତାହା ସଠିକ ଭାବେ ଜଣାପଡିନାହିଁ । ଅନ୍ୟପଟେ ବିଭାଗୀୟ ଅଧିକାରୀଙ୍କ କହିବା ଅନୁଯାୟୀ ଏବେ ଗଣ୍ଡରେ ଉଭୟ ଗଡ଼ିଆଳ ଓ ମଗର ଛୁଆ ଅଛନ୍ତି । ସେମାନଙ୍କ ମଧ୍ୟରୁ ଏହି ମଗର ଛୁଆଟି ଚାଲି ଆସିଥିବା ଅନୁମାନ କରାଯାଉଛି । ଆଗାମୀ ଦିନରେ ଯେପରି ଏଭଳି ଘଟଣା ନ ଘଟେ ସେଥିପାଇଁ ବିଭାଗ ସଜାଗ ରହିବ ନେଇ ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି ।   

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details