ଓଡିଶା

odisha

ବୈତରଣୀ ନଦୀରେ 15ଫୁଟ ଲମ୍ବର କୁମ୍ଭୀର, ଆତଙ୍କିତ ଭଦ୍ରକବାସୀ

ETV Bharat / videos

ବୈତରଣୀ ନଦୀରେ 15ଫୁଟ ଲମ୍ବର କୁମ୍ଭୀର, ଆତଙ୍କିତ ଭଦ୍ରକବାସୀ - crocodile terror in baitarani river

By ETV Bharat Odisha Team

Published : Oct 11, 2023, 2:22 PM IST

ଭଦ୍ରକ:ଭଦ୍ରକରେ କୁମ୍ଭୀର ଆତଙ୍କ । ଜିଲ୍ଲା ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀର ଆରଡି ସ୍ଥିତ ଷାଠିବାଙ୍କୁଡା କୂଳରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ଗାଈ ଓ ମଇଁଷିକୁ ଝାମ୍ପିନେଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କୁମ୍ଭୀରଟି ପାଖାପାଖି 15 ଫୁଟର ହୋଇଥିବା ଅନୁମାନ କରାଯାଉଛି । କୁମ୍ଭୀରଟି ନଦୀ କୂଳରେ ଛକିରହିଥିବାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି । 

ଏହାମଧ୍ୟ ପଢନ୍ତୁ..ମହାନଦୀରେ କୁମ୍ଭୀର ଆତଙ୍କ, ଭୟରେ ଅଞ୍ଚଳବାସୀ

ଏହାମଧ୍ୟ ପଢନ୍ତୁ..କେନ୍ଦ୍ରାପଡାରେ ଥମୁନି କୁମ୍ଭୀର ଆତଙ୍କ, ଘର ପଛପଟୁ ବଉଳା କୁମ୍ଭୀର ଉଦ୍ଧାର

ଭଦ୍ରକ ଜିଲ୍ଲା ଦେଇ ପ୍ରବାହିତ ବୈତରଣୀ ନଦୀର ଆରଡି ସ୍ଥିତ ଷାଠିବାଙ୍କୁଡା କୂଳରେ କୁମ୍ଭୀର ଦେଖିବାକୁ ମିଳିଛି। ତେବେ ନଦୀ କୂଳରେ ଷାଠିବାଙ୍କୁଡା ଗାଁର ସୁରେଶ ପାତ୍ର ଅନ୍ୟ ସାଥୀମାନଙ୍କ ସହ ସାଙ୍ଗ ହୋଇ କିଛି ଗାଈ ଗୋରୁଙ୍କୁ ଚରାଉଥିବା ବେଳେ ନଦୀ କୂଳରେ ଛକି ରହିଥିବା ପ୍ରାୟ 15/16 ଫୁଟ ଲମ୍ବର ଏକ ହିଂସ୍ର କୁମ୍ଭୀର ହଠାତ ଏକ ଗାଈକୁ ଝାମ୍ପି ନେଇଥିଲା। ଏହାକୁ ଦେଖି ଗାଈ ମାଲିକ ସୁରେଶ ଏବଂ ଗାଁ ଲୋକ ହୋହାଲ୍ଲା କରିବା ସହ  କୁମ୍ଭୀର ଉପରକୁ ଇଟା ପଥର ଫିଙ୍ଗି ଥିଲେ ମଧ୍ଯ କୁମ୍ଭୀର ନଦୀ ମଝିରେ ଗାଈଟିକୁ ନଦୀ ମଧ୍ୟକୁ ନେଇଯାଇଥିଲା । ସେହିପରି ଭାବେ ଷାଠିବାଙ୍କୁଡା ଗାଁ ନିକଟ ବୈତରଣୀ ନଦୀ ପଠାରେ କିଛି ମଇଁଷି ପାଣି ପିଉଥିବା ବେଳେ କୁମ୍ଭୀର ନଦୀ ମଧ୍ଯକୁ ଝାମ୍ପି ନେଇଥିଲା। ନିକଟରେ ଥିବା କିଛି ଲୋକ ଏହାକୁ ଦେଖି ହୋହାଲ୍ଲା କରିବାରୁ ଦୀର୍ଘ ସମୟ ପରେ କୁମ୍ଭୀର ମଇଁଷିକୁ ଛାଡ଼ି ଦେଇଥିଲା। ତେବେ ନଦୀରେ ପ୍ରଖର ସ୍ରୋତ ରହିଥିବାରୁ ମଇଁଷିଟି ନଦୀରେ ବୁଡି ଯାଇ ମୃତ୍ୟୁ ହୋଇଥିଲା । 

ଭଦ୍ରକ, ଇଟିଭି ଭାରତ

ABOUT THE AUTHOR

...view details