ଓଡିଶା

odisha

ଫାର୍ମ ହାଉସ ସ୍ଥିତ ପୋଖରୀରୁ କୁମ୍ଭୀର ଉଦ୍ଧାର

ETV Bharat / videos

ଫାର୍ମ ହାଉସ ସ୍ଥିତ ପୋଖରୀରୁ କୁମ୍ଭୀର ଉଦ୍ଧାର, ବନବିଭାଗକୁ ହସ୍ତାନ୍ତର କଲେ ଲୋକେ - ବନବିଭାଗକୁ ହସ୍ତାନ୍ତର କଲେ ଲୋକେ

By

Published : Jul 27, 2023, 7:42 PM IST

ନବରଙ୍ଗପୁର:ଫାର୍ମ ହାଉସରେ ଥିବା ଏକ ପୋଖରୀରୁ ଏକ କୁମ୍ଭୀରକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଉମରକୋଟ ବ୍ଲକ ଶୁକିଗାଁ ସ୍ଥିତ ଜଣେ ବ୍ୟକ୍ତିଙ୍କ ପୋଖରୀରୁ କୁମ୍ଭୀର ଉଦ୍ଧାର ପରେ ଗ୍ରାମବାସୀ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗର ଏକ ଟିମ୍ ଶୁକିଗାଁରେ ପହଞ୍ଚିବା ପରେ କୁମ୍ଭୀରକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ । ଏହି କୁମ୍ଭୀରର ଲମ୍ବା ୪ ଫୁଟ ୯ ଇଞ୍ଚ ହୋଇଥିବାବେଳେ ଓଜନ ପ୍ରାୟ ୧୨ କେଜି ହେବ ବୋଲି ଜଣାପଡିଛି । 

ଏହା ବି ପଢନ୍ତୁ...Crocodile Attack: ଗଞ୍ଜାମରେ ମାତିଛି କୁମ୍ଭୀର, ଗାଧୋଇବା ବେଳେ ଯୁବକଙ୍କୁ କଲା ଆକ୍ରମଣ

ରେଞ୍ଜରଙ୍କ କହିବା ଅନୁସାରେ, "ଏହା ମାଇ କି ଅଣ୍ଡିରା ଏବଂ କେଉଁ ପ୍ରଜାତିର ତାହା ପରୀକ୍ଷା ପରେ ଜଣା ପଡ଼ିବୱ ।" ସୂଚନା ଅନୁସାରେ, ଉଦ୍ଧାର ପରେ କୁମ୍ଭୀରଟିକୁ ଉମରକୋଟ ବନାଞ୍ଚଳ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଣାଯାଇଥିଲା ।" କୁମ୍ଭୀରକୁ କେଉଁ ସ୍ଥାନରେ ଛଡାଯିବ ତାହା DFOଙ୍କ ନିର୍ଦ୍ଦେଶ ପରେ ସ୍ଥିର କରାଯିବ  ବୋଲି କହିଛନ୍ତି ଉମରକୋଟ ରେଞ୍ଜର ଅନୁପ ସିଂ ପୁଝାରୀ । ତେବେ କୁମ୍ଭୀରଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି । ପୂର୍ବରୁ ଉମରକୋଟ ଖଡକାଠାରେ ଥିବା ଭସ୍କେଲ ଡ୍ୟାମରେ କୁମ୍ଭୀର ରହିଥିବା କଥା ସ୍ଥାନୀୟ ଅଞ୍ଚଳବାସୀ ଖବର ପାଇଥିଲେ । ଯାହାକୁ ନେଇ ଅଞ୍ଚଳବାସୀ ଓ ମତ୍ସ୍ୟଜୀବୀଙ୍କ ମନରେ ଭୟର ବାତାବରଣ ଖେଳି ଯାଇଥିଲା ।

ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details