ଓଡିଶା

odisha

ବିଶ୍ବକପ୍ ନେଇ ରାଉରକେଲାରେ ଉତ୍ସାହ; ଇଣ୍ଡିଆ ନିଶ୍ଚୟ ଜିତିବ କହିଲେ କ୍ରୀଡ଼ାପ୍ରେମୀ

By ETV Bharat Odisha Team

Published : Nov 19, 2023, 10:44 AM IST

ବିଶ୍ବକପ୍ ନେଇ ରାଉରକେଲାରେ ଉତ୍ସାହ

ରାଉରକେଲା:ଆଉ କିଛି ଘଣ୍ଟାର ଅପେକ୍ଷା  । ସୁପର୍ ସଣ୍ଡେରେ ଆରମ୍ଭ ହେବ ବିଶ୍ବକପ୍ କ୍ରିକେଟ ଗ୍ରାଣ୍ଡ ଫାଇନାଲ । ମୁହାଁମୁହିଁ ହେବେ ଭାରତ ଓ ଅଷ୍ଟ୍ରେଲିଆ  । ଅହମ୍ମଦାବାଦ ସ୍ଥିତ ବିଶ୍ବର ସବୁଠୁ ବଡ କ୍ରିକେଟ ଷ୍ଟାଡିୟମ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ  । ଆଜି ହାଇଭୋଲଟେଜ ମ୍ୟାଚ ଉପରେ ନଜର ରଖିଛି ସାରା ବିଶ୍ବ  । ଏଥିପାଇଁ  ଦେଶବ୍ୟାପୀ ଉତ୍ସାହର ମାହୋଲ ।  କ୍ରିକେଟ ପ୍ରେମୀଙ୍କ ମନରେ ଖୁସି କହିଲେ ନସରେ । ଟିମ୍ ଇଣ୍ଡିଆର ବିଜୟ ପାଇଁ କେଉଁଠି ହୋମ ଯଜ୍ଞ ହେଲାଣି ତ ଆଉ କିଏ ଉପବାସ ରଖିଲାଣି । ଏହି କ୍ରମରେ ରାଉରକେଲା ସହରରେ ମଧ୍ୟ ବିଶ୍ବକପ୍ ଫିଭର ଦେଖିବାକୁ ମିଳିଛି । ମ୍ୟାଚକୁ ନେଇ ଉତ୍ସାହିତ ଅଛନ୍ତି ସହରର କ୍ରୀଡ଼ାପ୍ରେମୀ ଏବଂ ଇଣ୍ଡିଆ ନିଶ୍ଚୟ ଜିତିବ ବୋଲି ଆଶା ବାନ୍ଧିଛନ୍ତି । ତେବେ ଆଜିର ମ୍ୟାଚ୍‌ରେ କାହାର ହେବ ବିଶ୍ବକପ୍, କିଏ ମାରିବ ବାଜି, କିଏ ମୌକାରେ ମାରିବ ଚୌକା ବର୍ତ୍ତମାନ ଦେଖିବାକୁ ବାକି ରହିଲା । 

ଏହା ମଧ୍ୟ ପଢନ୍ତୁ: ବିଶ୍ବକପ ଫାଇନାଲ ପୂର୍ବରୁ ଆଷ୍ଚ୍ରୋଟକ୍‌ ସିଇଓଙ୍କ ବଡ଼ ଘୋଷଣା, ଭାରତ ଜିତିଲେ ବାଣ୍ଟିବେ 100 କୋଟି ଟଙ୍କା

ଅପରାଜୟ ଭାରତୀୟ ଟିମ ନିଜର ବିଜୟ ଧାରା ବଜାୟ ରଖିବାରେ ସଫଳ ହେବ ନା କମବ୍ୟାକ କିଙ୍ଗ ଅଷ୍ଟ୍ରେଲିଆ ଭାରି ପଡିବ, ଆଉ କିଛି ସମୟ ପରେ ଦେଖାଯିବ  । ଚଳିତ ବିଶ୍ୱକପରେ ପ୍ରଥମେ ପରାଜୟ ପରେ ବିଜୟ ହୋଇ ଫାଇନାଲରେ ପହଞ୍ଚିଛି ଅଷ୍ଟ୍ରେଲିଆ ଦଳ । ଅନ୍ୟପକ୍ଷରେ ଭାରତୀୟ ଦଳ ନିଜର ଧୂଆଁଦାର ଖେଳ ପ୍ରଦର୍ଶନ କରି ଗୋଟିଏ ବି ମ୍ୟାଚ ନହାରି ଫାଇନାଲକୁ ଏଣ୍ଟ୍ରି କରିଛି । ଦୁଇ ଦଳ କେହି କାହାଠୁ କମ୍ ନୁହନ୍ତି । ତେବେ ଆଜିର ମ୍ୟାଚରେ ଯିଏ ଏକ ପ୍ରତିଶତ ଭଲ ଖେଳିବ ସିଏ ବିଶ୍ୱକପ ବିଜୟୀ ହେବ ବୋଲି କହିଛନ୍ତି କ୍ରିକେଟ ପ୍ରେମୀ । ବର୍ତ୍ତମାନ ଭାରତୀୟ ଦଳକୁ ଭଲ ସ୍କୋର୍‌ କରିବାକୁ ପଡିବ  । ଏଥିପାଇଁ ରୋହିତ ଏବଂ ଶୁଭମନ ସହ ବିରାଟଙ୍କୁ ଧୂଆଁଦାର ପ୍ରଦର୍ଶନ କରିବାକୁ ପଡ଼ିବ । ତାହେଲେ ଯାଇ ମିଡିଲ ଅର୍ଡରରେ ରାହୁଲ, ଶ୍ରେୟାସ ମିଶି ଭଲ ସ୍କୋର କରିବାରେ ସଫଳ ହେବେ । କ୍ରିକେଟ ପ୍ରେମୀ ଆଶା କରିଛନ୍ତି ଯେ, ଏହି ମ୍ୟାଚ ଏକ ହାଇ ସ୍କୋରିଂ ମ୍ୟାଚ ରହିବ । ଅଷ୍ଟ୍ରେଲିଆର ବୋଲିଂକୁ ସମ୍ଭାଳି ଖେଳିବାକୁ ପଡିବ । ଷ୍ଟାର୍କ ଏବଂ ହଜେଲଉଡ଼ ସହ ଜାମ୍ପା ଏବଂ କମିନ୍ସଙ୍କୁ ସମ୍ଭାଳିବାକୁ ପଡିବ । 
 

ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details