ଓଡିଶା

odisha

୮-୦ ରେକର୍ଡ ଲକ୍ଷ୍ୟରେ ଭାରତ

ETV Bharat / videos

Cricket World Cup 2023: ୮-୦ ରେକର୍ଡ ଲକ୍ଷ୍ୟରେ ଭାରତ, ଏମିତି ଆକଳନ କଲେ କ୍ରିକେଟ୍‌ ସମୀକ୍ଷକ

By ETV Bharat Odisha Team

Published : Oct 14, 2023, 3:37 PM IST

କଟକ: ବିଶ୍ବକପ୍‌ ୨୦୨୩ର ହାଇଭୋଲ୍‌ଟୋଜ୍ ମ୍ୟାଚ୍‌ । ଆରମ୍ଭ ହୋଇଯାଇଛି ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି ଏହି ବହୁ ପ୍ରତିକ୍ଷୀତ ମୁକାବିଲା । ପୂର୍ବରୁ ଏହି ଚିର ପ୍ରତିଦ୍ବନ୍ଦ୍ବୀ ଦିନିକିଆ ବିଶ୍ବକପ୍‌ରେ ୭ ଥର ମୁହାଁମୁହିଁ ହୋଇଥିବାବେଳେ ୭ ଥର ଯାକ ଜିତିଛି ଭାରତ । ଏହି ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରୋହିତ ବାହିନୀ ଟସ୍‌ ଜିତି ପ୍ରଥମେ ବୋଲିଂ କରୁଛି । ସେପଟେ ଭାରତର ବିଜୟରଥ ଅଟକାଇବା ଲକ୍ଷ୍ୟରେ ଖେଳୁଛି ବାବରଙ୍କ ପାକିସ୍ତାନ । ତେବେ କିପରି ରହିଛି ରଣନୀତି, କିଏ ସାଜିବେ ଦଳ ପାଇଁ କି-ପ୍ଲେୟର, ସେନେଇ ପୂର୍ବତନ କ୍ରିକେଟର ତଥା କ୍ରିକେଟ ସମୀକ୍ଷକ ପବନ ଅଗ୍ରୱାଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପ୍ରଭୁକଲ୍ୟାଣ ପାଲ୍‌ ।

ଏହା ମଧ୍ୟ ପଢ଼ନ୍ତୁ...World Cup 2023: ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି, ଦଳକୁ ଫେରିଲେ ଗିଲ୍‌

ଇଟିଭି ଭାରତ, କଟକ

ABOUT THE AUTHOR

...view details