ଓଡିଶା

odisha

Mock drill by malkangiri health department

ETV Bharat / videos

ବଢିଛି ସଂକ୍ରମିତଙ୍କ ସଂଖ୍ୟା, ମୁକାବିଲା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମକଡ୍ରିଲ - କୋଭିଡ ସଂକ୍ରମଣ

By

Published : Apr 12, 2023, 4:06 PM IST

ମାଲକାନଗିରି:  ପୁଣି ଦେଶ ଓ ରାଜ୍ୟରେ କୋଭିଡ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏନେଇ ସ୍ବାସ୍ଥ୍ୟବିଭାଗ ପକ୍ଷରୁ ସମସ୍ତ ରାଜ୍ୟମାନଙ୍କୁ ଚିଠି ଲେଖିବା ସହ ସତର୍କ ରହିବା ପାଇଁ କୁହା ଯାଇଛି  । ମାଲକାନଗିରି ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ମଙ୍ଗଳବାର ଜିଲ୍ଲା କୋଭିଡ ହସ୍ପିଟାଲ ପରିସରରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ ସଂକ୍ରମଣ ରୋକିବା ଓ କୋଭିଡ ଆକ୍ରାନ୍ତଙ୍କୁ କିପରି ଚିକିତ୍ସା କରାଯିବ ସେନେଇ ଏକ ମକ୍‌ଡ୍ରିଲ କରାଯାଇଥିଲା ।

ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ମକ ଡ୍ରିଲକୁ ଆନୁଷ୍ଠାନିକ ଭାବେ ଆରମ୍ଭ କରିଥିଲେ । କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବାଠାରୁ ଆରମ୍ଭ କରି ସ୍ବତନ୍ତ୍ର ଆମ୍ବୁଲାନ୍ସରେ କୋଭିଡ ହସ୍ପିଟାଲରେ ଭର୍ତ୍ତି କରିବା, ଗୁରୁତର ରୋଗୀଙ୍କୁ ଆଇସିୟୁ, ଏଚଡିୟୁରେ କିପରି ଚିକିତ୍ସା ଯୋଗାଇ ଦିଆଯିବ, ଆଦି ସ୍ଵାସ୍ଥ୍ୟ ସେବା ସମ୍ପର୍କରେ ଏହି ମକ୍‌ ଡ୍ରିଲରେ ପ୍ରଦର୍ଶନ କରାଯାଇଥିଲା । ଏହି ମକଡ୍ରିଲ କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରଫୁଲକୁମାର ନନ୍ଦ, ଅତିରିକ୍ତ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ଅନୀଲ କୁମାର ମିଶ୍ର, କୋଭିଡ ହସ୍ପିଟାଲ ମେଡିକାଲ ଅଫିସର ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।

ଇଟିଭି ଭାରତ, ମାଲକାନଗିରି

ABOUT THE AUTHOR

...view details