ଜଗାକୁ ଦେଖିବାକୁ ଜନସମୁଦ୍ର, ହରିବୋଲ ହୁଳହୁଲିରେ କମ୍ପୁଛି ଶ୍ରୀକ୍ଷେତ୍ର - ରଥଯାତ୍ରା 2023
ପୁରୀ: ସମୟ ଗଢୁଛି ଉତ୍କଣ୍ଠା ବଢୁଛି ରଥରେ ବିଶ୍ବନିୟନ୍ତାଙ୍କୁ ଦେଖିବାକୁ ଭକ୍ତର ମନ ଆତୁର ହେଉଛି । ଆଜି ପବିତ୍ର ରଥଯାତ୍ରା ବା ଶ୍ରୀଗୁଣ୍ଡିଚା ଯାତ୍ରା । ସଜେଇ ହୋଇଛି ଶ୍ରୀମନ୍ଦିର । ରତ୍ନ ସିଂହସନ ଛାଡ଼ି ବଡ଼ଦାଣ୍ଡକୁ ଓହ୍ଲାଇବେ ଶ୍ରୀଜିଉ । ତିନି ରଥରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯିବେ ତିନି ଠାକୁର । ଜଗାକୁ ରଥାରୂଢରେ ଦେଖିବାକୁ ଶ୍ରୀକ୍ଷେତ୍ର ଜନସମୁଦ୍ର ହୋଇଛି । ସିଂହଦ୍ବାରଠାରୁ ସରଧାବାଲି ଯାଏଁ ଲହଡୀ ଭାଙ୍ଗୁଛି ଜନସମୁଦ୍ର । ଆଉ କିଛି ସମୟର ଅପେକ୍ଷା ବଡ଼ଦାଣ୍ଡରେ ଏକାଠୀ ହେବେ ଭକ୍ତ ଓ ଭଗବାନ । କିଛି ସମୟ ପରେ ପହଣ୍ଡି ଆରମ୍ଭ ହେବ । ଭକ୍ତଙ୍କ ଗହଣକୁ ଝୁଲିଝୁଲି ଆସିବେ କାଳିଆ ସାଆନ୍ତେ । ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ଖାଲି ସେହି ଜଗତର ନାଥ ଜଗନ୍ନାଥଙ୍କୁ ଅପେକ୍ଷା । ପବିତ୍ର ରଥଯାତ୍ରା ନିମନ୍ତେ ତିନି ନବ ନିର୍ମିତ ରଥର ପ୍ରତିଷ୍ଠା ପୂଜା ସମ୍ପନ୍ନ ହୋଇଛି । ଆଉ କିିଛି ସମୟ ପରେ ଆରମ୍ଭ ହେବ ପହଣ୍ଡି । ବଡଦାଣ୍ଡରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାତକ ପରି ଚାହିଁଛନ୍ତି ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଦେଖନ୍ତୁ ଭିଡିଓ...