ଓଡିଶା

odisha

କରମଣ୍ଡଳ ଲୋକୋ ପାଇଲଟ ବାପାଙ୍କ ପ୍ରତିକ୍ରିୟା

ETV Bharat / videos

Train Tragedy: 27ବର୍ଷର ଅଭିଜ୍ଞତା ପରେ ବି କାହିଁକି ହେଲା ଦୁର୍ଘଟଣା, ଲୋକୋ ପାଇଲଟଙ୍କ ଭୁଲନାହିଁ କହିଲେ ବାପା - କରମଣ୍ଡଳ ଲୋକୋ ପାଇଲଟ ବାପାଙ୍କ ପ୍ରତିକ୍ରିୟା

By

Published : Jun 9, 2023, 2:07 PM IST

Updated : Jun 9, 2023, 4:24 PM IST

କଟକ: କରମଣ୍ଡଳ ଟ୍ରେନ ଦୁର୍ଘଟଣାରେ ଡ୍ରାଇଭରର କୌଣସି ତ୍ରୁଟି ହୋଇପାରିବ ନାହିଁ । ଟ୍ରେନ ଷ୍ଟେରିଙ୍ଗରେ ନୁହେଁ ଟ୍ରାକରେ ଚାଲେ । ଷ୍ଟେସନ ମାଷ୍ଟର ଯାହା ସିଗନାଲ ଦେଲା ଟ୍ରେନ ଛାଡିଲା । ମୋ ପୁଅର 27ବର୍ଷର ଅଭିଜ୍ଞତା । ସେ କ୍ଲାସ ୱାନ ଡ୍ରାଇଭର । ସେ କେବେ ବି ଟ୍ରେନ ଚଳାଇବାରେ ଭୁଲ କରିନାହିଁ । ଆଜି ଯାଏ କେବେ ବି ଅଘଟଣ ଘଟିନାହିଁ । ଅଭିଜ୍ଞତା ନଥିଲେ କରମଣ୍ଡଳ ଚଳାଇବା ମୁସ୍କିଲ । ଲୋକ କହିବା କଥା କହିବେ ହେଲେ ମୋ ପୁଅର କିଛି ତ୍ରୁଟି ନାହିଁ । ସିବିଆଇ ତଦନ୍ତ ଆରମ୍ଭ ହୋଇଛି । ଦୁର୍ଘଟଣାର କାରଣ ତଦନ୍ତ ପରେ ଜଣାପଡିବ । ବାଲେଶ୍ବର ଟ୍ରେନ ଦୁର୍ଘଟଣା ନେଇ କିଛି ଏମତି କହିଛନ୍ତି କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ବାପା ।

ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ସପ୍ତାହେ ପୁରିଛି । ଏହି ରେଳ ଦୁର୍ଘଟଣା ସମଗ୍ର ବିଶ୍ୱକୁ ସ୍ତବ୍ଧ କରି ଦେଇ ଥିବା ବେଳେ ସ୍ତବ୍ଧ ହୋଇଛି କଟକ ବାୟାଲିସ ମୌଜାର ନହରକଣ୍ଟା ଗାଁ । କାରଣ ଏହି ଗାଁ ହେଉଛି ଦୁର୍ଘଟଣା ଗ୍ରସ୍ତ କରମଣ୍ଡଳ ଏକ୍ସପ୍ରେସ ଚଳାଉ ଥିବା ଲୋକୋ ପାଇଲଟ ଗୁଣନିଧି ମହାନ୍ତିଙ୍କ ନିଜ ଗାଁ । ଗୁଣନିଧି ଏବେ ଆମ୍ରି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ତେବେ ପୁଅର ଏହି ଅବସ୍ଥା ସହ ଦୁର୍ଘଟଣାରେ ମୃତାହତ ହେବା ଘଟଣା ତାଙ୍କ ବାପା ବିଷ୍ଣୁ ଚରଣ ମହାନ୍ତିଙ୍କୁ ମର୍ମାହତ କରିଛି । ତେବେ ଗୁଣନିଧି ୨୭ ବର୍ଷ ଧରି ଟ୍ରେନ ଚାଳନା କରୁଥିବା ଜଣେ ଅଭିଜ୍ଞତା ସମ୍ପର୍ଣ୍ଣ ଟ୍ରେନ ଡ୍ରାଇଭର।ସେ ତାଙ୍କ କ୍ୟାରିଅର ମଧ୍ୟରେ ଟ୍ରେନ ଚଳାଉ ଥିବା ବେଳେ ଅତୀତରେ କୌଣସି ଗୋଟିଏ ବି ଦୁର୍ଘଟଣା ସେ ଘଟାଇ ନାହାନ୍ତି । ସେ କେବେ  କୌଣସି ଭୁଲ କରି ନଥିବେ ବୋଲି ତାଙ୍କ ବାପା କହିଛନ୍ତି। ଏଥିସହ ଗୁଣନିଧି ଗତ ଦୁଇ ମାସ ହେଲା କରମଣ୍ଡଳ ଏକ୍ସପ୍ରେସ ଚଳାଉ ଥିବା କହିଛନ୍ତି ତାଙ୍କ ବାପା । ଏପରି କି ଦୁର୍ଘଟଣା ଘଟିବା ସମୟ ଠାରୁ ୪ ଦିନ ପର୍ଯ୍ୟନ୍ତ ତାଙ୍କ ଘରେ ଚୁଲି ଜଳି ନ ଥିବା ମଧ୍ୟ କହିଛନ୍ତି ଗୁଣନିଧିଙ୍କ ବାପା ବିଷ୍ଣୁ ଚରଣ । ତେବେ ସିଗନାଲରେ ସମସ୍ୟା ହେବାରୁ ଏହି ଦୁର୍ଘଟଣା ଘଟି ଥିଲା ଏବଂ CBI ତଦନ୍ତରୁ ସବୁ କିଛି ସାମ୍ନାକୁ ଆସିବ ବୋଲି ETV BHARAT କୁ EXCLUSSIVE ପ୍ରତିକ୍ରିୟା ଦେଇଛନ୍ତି।ଏନେଇ ଗୁଣନିଧି ଙ୍କ ସହ ଆଲୋଚନା କରିଛନ୍ତି ଆମ କଟକ ପ୍ରତିନିଧି ନାରାୟଣ ସାହୁ।

ଭୟଙ୍କର ବାଲେଶ୍ବର ଟ୍ରେନ ଦୁର୍ଘଟଣାରେ 288ଜଣଙ୍କ ଜୀବନ ଯାଇଛି । 1000ରୁ ଅଧିକ ଆହତ ହୋଇ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କରମଣ୍ଡଳ ଏକ୍ସପ୍ରେସ ଲୋକୋ ପାଇଲଟଙ୍କ ବାପାଙ୍କ ସହ କଥା ହୋଇଥିଲେ ଆମ କଟକ ସମ୍ବାଦାତା । ଶୁଣନ୍ତୁ ଅଧିକ କଣ କହିଲେ ତାଙ୍କ ବାପା... 

ଇଟିଭି ଭାରତ, କଟକ

Last Updated : Jun 9, 2023, 4:24 PM IST

ABOUT THE AUTHOR

...view details