ଓଡିଶା

odisha

sprinkle cow urine at the State Assembly

ETV Bharat / videos

ବିଧାନସଭା ପରିସରରେ ଗୋ ମୁତ୍ର ଛିଞ୍ଚନ କଲେ କଂଗ୍ରେସ କର୍ମୀ

By

Published : May 22, 2023, 2:04 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ପରିସରରେ ଗୋ ମୁତ୍ର ଛିଞ୍ଚନ କଲେ କଂଗ୍ରେସ କର୍ମୀ ।  ବିଧାନସଭା ସୌଦ୍ଧକୁ ଶୁଦ୍ଧ କରିବା ପାଇଁ ଗୋ ମୁତ୍ର ଛିଞ୍ଚନ କରିବା ସହ ପୂଜାର୍ଚ୍ଚନା କରୁଛନ୍ତି କଂଗ୍ରେସ କର୍ମୀ । ଯାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କିଛି କଂଗ୍ରେସ କର୍ମୀ ବିଧାନସଭା ସମ୍ମୁଖରେ ଗୋ ମୁତ୍ର ଛିଞ୍ଚନ କରୁଛନ୍ତି । ବିଧାନସଭା ଚାରିପାଖେ ବୁଲି ବୁଲି କର୍ମୀମାନେ ଏପରି କରୁଛନ୍ତି  । ଏହାପରେ ବିଧାନସଭାକୁ ପ୍ରବେଶ କରୁଛନ୍ତି।  କର୍ଣ୍ଣାଟକ ବିଧାନସଭା ନିର୍ବାଚରେ ବହୁମତ ହାସଲ କରି ରାଜ୍ୟରେ ସରକାର ଗଠନ କରିଛି କଂଗ୍ରେସ। ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମେତ 10 ଜଣଙ୍କ ମଧ୍ୟରୁ 9ଜଣ ମନ୍ତ୍ରୀ ଶପଥ ପାଠ କରିଥିଲେ । ନିର୍ବାଚନରେ 224 ବିଧାନସଭା ଆସନରୁ କଂଗ୍ରେସ 135 ଆସନରେ ବିଜୟୀ ହୋଇ ସରକାର ଗଠନ କରିଛି । ବେଙ୍ଗାଲୁରୁ କାନ୍ତିରବା ଷ୍ଟାଡିୟମରେ ଆୟୋଜିତ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା  । ଯେଉଁଥିରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ବରିଷ୍ଠ ନେତା ଉପସ୍ଥିତ ରହିଥିଲେ ।  

ABOUT THE AUTHOR

...view details