ଓଡିଶା

odisha

ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ

ETV Bharat / videos

RWSSରେ 20 କୋଟିର ଦୁର୍ନୀତି ଅଭିଯୋଗ ଆଣିଲା କଂଗ୍ରେସ - press meet by talcher congress

By

Published : Jul 16, 2023, 10:28 PM IST

ଅନୁଗୋଳ:ଗ୍ରାମ୍ୟ ଜଳଯୋଗାଣ ବିଭାଗ ପକ୍ଷରୁ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । 2014ରୁ 2012 ମଧ୍ୟରେ ପ୍ରାୟ 20 କୋଟିର ଦୁର୍ନୀତି ହୋଇଥିବା ନେଇ ଅଭିଯୋଗରେ ଦର୍ଶାଯାଇଛି  । RTI ତଥ୍ୟ ଆଧାରରେ ଏଭଳି ଅଭିଯୋଗ ଆଣିଛି କଂଗ୍ରେସ । ତାଳଚେର କଂଗ୍ରେସ ପକ୍ଷରୁ RWSS ଦ୍ୱାରା କୋଟିକୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଅଭିଯୋଗ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ...ସରିନି ଜାଇକା ଯନ୍ତ୍ରଣା ୱାଟକୋ କଲାଣି ହନ୍ତସନ୍ତ, ବର୍ଷିଲା କଂଗ୍ରେସ କର୍ପୋରେଟର ଟିମ୍

ସୂଚନା ଅନୁଯାୟୀ, ଗତ 2014 ମସିହାରୁ 2021 ମସିହା ପର୍ଯ୍ୟନ୍ତ ହୋଇଥିବା ଗ୍ରାମ୍ୟ ଜଳ ଯୋଗାଣ ବ୍ୟବସ୍ଥା ପାଇଁ 20 କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିଭିନ୍ନ ପାଣ୍ଠିରୁ ଅନୁଦାନ ସ୍ୱରୂପ ଦିଆଯାଇଥିଲେ ମଧ୍ୟ RWSS ପକ୍ଷରୁ 1 ହଜାର100 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବେ ଲୋକଙ୍କ ନିକଟରେ ପାନୀୟ ଜଳ ସଠିକ ରୂପେ ପହଞ୍ଚି ନଥିବା ଅଭିଯୋଗ ଆଣିଛି କଂଗ୍ରେସ । ଯାହାକୁ ନେଇ ସୂଚନା ଅଧିକାର ଆଇନ ବଳରେ ସମସ୍ତ ତଥ୍ୟ ପାଇବା ପରେ ଏହି କାର୍ଯ୍ୟରେ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ସରକାର ଉପଯୁକ୍ତ ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି କଂଗ୍ରେସ ।

ଇଟିଭି ଭାରତ, ଅନୁଗୋଳ 

ABOUT THE AUTHOR

...view details