ଓଡିଶା

odisha

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

By

Published : Jun 9, 2023, 10:48 PM IST

ETV Bharat / videos

ରେଳ ବିଭାଗକୁ ଶନିଦଶା; ବାଲୁଗାଁ ପ୍ଲାଟଫର୍ମରେ କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ଖୋର୍ଦ୍ଧା: ରେଳ ବିଭଗକୁ ପଡିଛି ଶନି ସପ୍ତାହ । ଗୋଟିଏ ପରେ ଗୋଟିଏ ଅଘଟଣ ଘଟିଚାଲିଛି । ବାଲେଶ୍ବର ଜିଲ୍ଲା ବାହାନଗା ନିକଟରେ ଘଚିଥିବା ଦୁର୍ଘଟଣା ପରେ ସତେ ଯେମିତି ରେଳ ବିଭାଗ ଉପରେ ଶନିଦଶା ପଡିଥିବା ମେନେ ହେଉଛି । ରାଜ୍ୟରେ ବାରମ୍ବାର ରେଳ ଦୁର୍ଘଟଣା ସାମ୍ନାକୁ ଆସୁଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ରେଳ ଷ୍ଟେସନର ୨ନଂ ପ୍ଲାଟଫର୍ମରେ ଛିଡ଼ା ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନର ଏକ ବଗିରେ କୋଇଲା ଭିତରୁ ନିଆଁ କୁହୁଳୁଥିବା ରେଳ କର୍ମଚାରୀ ଦେଖିବାକୁ ପାଇଥିଲେ ।

ସଙ୍ଗେ ସଙ୍ଗେ ଘଟଣା ସମ୍ପର୍କରେ ବାଲୁଗାଁ-ବାଣପୁର ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି । ତେବେ କିପରି କୋଇଲା ବୋଝେଇ ଡବାରେ ନିଆଁ ଲାଗିଲା, ଏହାର ତଦନ୍ତ ହେବାର ଆବଶ୍ୟକତା ରହିଥିବା ସ୍ଥାନୀୟ ଲୋକେ ଦାବି କରିଛନ୍ତି ।

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details