ଓଡିଶା

odisha

ରାୟଗଡା଼ରେ ଶୁଭାରମ୍ଭ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା

ETV Bharat / videos

ରାୟଗଡା଼ରେ ଶୁଭାରମ୍ଭ ହେଲା ମିଶନ ଶକ୍ତି ସ୍କୁଟର ଯୋଜନା, ପ୍ରଥମ ପର୍ଯ୍ୟାୟରେ ମିଳିଲା 77 ସ୍କୁଟର

By ETV Bharat Odisha Team

Published : Oct 11, 2023, 10:55 PM IST

ରାୟଗଡ଼ା: ମହିଳା ସଶକ୍ତିକରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସ । ମିଶନ ଶକ୍ତି ମାଆମାନଙ୍କ ପାଇଁ ଆଜି ଭୁବନେଶ୍ବର ଠାରେ ମୁଖ୍ୟମନ୍ତ୍ରୀ ମିଶନ ଶକ୍ତି ସ୍କୁଟର ଯୋଜନାର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସ ମାଧ୍ୟମରେ ଏକା ସାଙ୍ଗରେ 30 ଟି ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସ୍ୱଧା ଦେବ ସିଂ ଜିଲ୍ଲାର 11 ଟି ବ୍ଲକର 77 ଜଣ ମିଶନ ଶକ୍ତି ମହିଳାଙ୍କୁ ପ୍ରଥମ ପର୍ଯ୍ୟାୟରେ ଏହି ସ୍କୁଟର ପ୍ରଦାନ କରିଛନ୍ତି । ସ୍କୁଟର ପାଇବା ଫଳରେ ଏସଏଚଜି ମହିଳାମାନଙ୍କୁ ପୂର୍ବ ଭଳି ଆଉ ବସ, ଅଟୋକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଫଳରେ ସେମାନେ ଅଳ୍ପ ସମୟ ମଧ୍ୟରେ ଅଧିକ କାମ କରିପାରିବେ ।

ରାୟଗଡ଼ାରେ ସ୍କୁଟର ପାଇଥିବା ମହିଳାମାନେ ଏନେଇ ଖୁସି ବ୍ୟକ୍ତ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଆଗକୁ ଜିଲ୍ଲାର ସମସ୍ତ ବ୍ଲକରେ ଗଢି ଉଠିଥିବା ମିଶନ ଶକ୍ତି ଗୁଡିକୁ ମଧ୍ୟ ଏଥିରେ ସମ୍ପୃକ୍ତ କରାଯିବ ବୋଲି ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଓଡିଶା ଜୀବିକା ମିଶନ ଜିଲ୍ଲା ପ୍ରକଳ୍ପ ପରିଚାଳକ ହେମନ୍ତ ବାଗ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ କାମାକ୍ଷୀ ପାଢୀ, ଓରମାସ ସହକାରୀ ନିର୍ଦେଶକ ମୋନଜ ପାତ୍ର ପ୍ରମୁଖ ଉପସ୍ଥିତ ରହଥିଲେ।  


ଏହା ମଧ୍ୟ ପଢ଼ନ୍ତୁ...ଗତି ହିଁ ଶକ୍ତି: ସ୍କୁଟର ଯୋଜନାର ଶୁଭାରମ୍ଭ, ୨ ଲକ୍ଷ ମିଶନ ଶକ୍ତି ମହିଳା ପାଇବେ ଋଣ


ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details