ଓଡିଶା

odisha

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟମ

ଶ୍ରୀମନ୍ଦିର ସୁରକ୍ଷା ପାଇଁ ସ୍ବତନ୍ତ୍ର ବାଟାଲିୟମ; ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

By ETV Bharat Odisha Team

Published : Dec 26, 2023, 9:30 AM IST

Published : Dec 26, 2023, 9:30 AM IST

Special Battalion for Srimandir: 

ପୁରୀ:ଆଗକୁ ନବବର୍ଷ । ବଡଦିନ ଛୁଟି ସହ ନୂଆ ବର୍ଷ ପାଇଁ ଶ୍ରୀମନ୍ଦିରରେ ଜମୁଛି ଅସମ୍ଭାଳ ଭିଡ । ଏହି ଭିଡ ନିୟନ୍ତ୍ରଣ କରିବାରେ ପୋଲିସ ପ୍ରଶାସନ ଫେଲ୍ ମାରୁଥିବାରୁ ଶ୍ରୀମନ୍ଦିର ପାଇଁ ଏକ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ଗଠନ କରାଯିବ । ଏଥିରେ ୧୧୯୦ ଜଣ ସୁରକ୍ଷାକର୍ମୀ ରହିବେ  । ଏହି ବାଟାଲିୟନ ଶ୍ରୀମନ୍ଦିର ସୁରକ୍ଷା, ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭକ୍ତଙ୍କ ପାଇଁ ଆନୁସଙ୍ଗିକ ସୁବିଧା ଯୋଗାଇ ଦେବ । ବାଟାଲିୟମରେ ଥିବା ସୁରକ୍ଷାକର୍ମୀ ମାନଙ୍କୁ ସ୍ଵତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏହି ସୁରକ୍ଷା ବାଟାଲିୟନ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି । ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ 5T ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଉକ୍ତ ପ୍ରସ୍ତାବ ଦେଇଥିଲେ  ।  

ଏହା ମଧ୍ୟ ପଢନ୍ତୁ: ଶ୍ରୀମନ୍ଦିର ଆସୁଥିଲେ ସାବଧାନ ! ଜାନୁଆରୀ ପହିଲାରୁ ଡ୍ରେସକୋଡ ନିୟମ କଡ଼ାକଡ଼ି

କୋଭିଡ ମହାମାରୀ ପରେ ପୁରୀ ଜଗନ୍ନାଥ ମନ୍ଦିରକୁ ଭକ୍ତଙ୍କ ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି । ଦୈନିକ ୫୦ ହଜାରରୁ ଅଧିକ ଭକ୍ତ ଆସୁଥିବା ବେଳେ ବିଭିନ୍ନ ପର୍ବପର୍ବାଣୀ, ଛୁଟି ଦିନରେ ଅସମ୍ଭାଳ ଭିଡ ହେଉଛି । ଏବେ ନବବର୍ଷ ଓ ବଡଦିନ ଛୁଟିଥିବା ବେଳେ ଭକ୍ତଙ୍କ ସୁଅ ଛୁଟିଛି ଶ୍ରୀମନ୍ଦିରକୁ । ପ୍ରତିଦିନ ଶ୍ରୀକ୍ଷେତ୍ରରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଜମୁଛି  । ଜନସମୁଦ୍ର ପାଲଟୁଛି ଶ୍ରୀମନ୍ଦିର ପରିସର  । ଏହି ଅସମ୍ଭାଳ ଭିଡ ନିୟନ୍ତ୍ରଣ କରିବାକୁ ପୋଲିସ ଓ ପ୍ରଶାସନ ପାଇଁ କଷ୍ଟକର ହୋଇପଡୁଛି । ଫଳରେ ଦଳଚକଟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହୁଛି  । 

ଏଣୁ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ସୁରକ୍ଷା ବାଟାଲିୟନ ମୁତୟନ ନେଇ 5T ଅଧ୍ୟକ୍ଷ ପ୍ରସ୍ତାବ ଦେଇଥିଲେ  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ  ଅନୁମୋଦନ ଦେଇଛନ୍ତି   । ଏହାଦ୍ବାରା ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ ଓ ସୁରକ୍ଷା ବ୍ୟବସ୍ଥା ଆହୁରି ସୃଦୃଢ ହୋଇପାରିବ  ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details