ଓଡିଶା

odisha

ETV Bharat / videos

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦିଦିଙ୍କ ସମବେଦନା, କହିଲେ ଆପଣଙ୍କ ମାଆ ଯିଏ ଆମ ମାଆ

By

Published : Dec 30, 2022, 4:02 PM IST

Updated : Feb 3, 2023, 8:37 PM IST

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ (CM Mamata Banerjee expressed heartfelt condolences to PM Modi) ଶୁକ୍ରବାର ପ୍ରଧାନମନ୍ତ୍ରୀ ମୋଦିଙ୍କ ମାଆଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି । ମୋଦି ତଥା ଶୋକସନ୍ତପ ପରିବାରକୁ ସେ ସମବେଦନା ଜଣାଇ କହିଛନ୍ତି, "ଆପଣଙ୍କ ମାଆ ଯିଏ ଆମ ମାଆ (Your mother is our mother) । ମାଆର କୌଣସି ବିକଳ୍ପ ନାହିଁ । ମୋ ମାଆଙ୍କ କଥା ମୋର ମନେ ପଡ଼ିଯାଉଛି ।" ଏପରି କହି ମମତା ଭାବବିହ୍ବଳ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଆଜି ପଶ୍ଚିମବଙ୍ଗରେ ପ୍ରଥମ ବନ୍ଦେଭାରତ ଏକ୍ସପ୍ରେସ ଗଡ଼ିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଭିସି ଯୋଗେ ଏହାର ଶୁଭାରମ୍ଭ କରିଛନ୍ତି । ମୋଦି ପଶ୍ଚିମବଙ୍ଗକୁ ଗସ୍ତ କରିବାର ଯୋଜନା ରହିଥିବା ବେଳେ ମାଆଙ୍କ ଦେହାନ୍ତ ପରେ ସେ ଏହି ଗସ୍ତ କରିପାରିନଥିବା ଜଣାପଡ଼ିଛି ।
Last Updated : Feb 3, 2023, 8:37 PM IST

ABOUT THE AUTHOR

...view details