ଉଦଯାପିତ ହେଲା ସିଲ୍କ ଫେଷ୍ଟ, ଅନ୍ତିମ ସନ୍ଧ୍ୟାରେ ଶାନ୍ଙ୍କ ଓମ୍ ଶାନ୍ତି ଓମ୍ - ସିଲ୍କ ସିଟି ଫେଷ୍ଟର ଉଦଯାପନୀ
ବ୍ରହ୍ମପୁର: ଉଦଯାପିତ ହେଲା ସିଲ୍କ ଫେଷ୍ଟ । ପାଞ୍ଚ ଦିନ ଧରି ରେଶମ ସହର ବ୍ରହ୍ମପୁର ସହରରେ ଚାଲିଥିବା ସିଲ୍କ ସିଟି ଫେଷ୍ଟର ଉଦଯାପନୀ ସନ୍ଧ୍ୟା ଥିଲା ବେଶ ଚିତାକର୍ଷକ । ପ୍ରତ୍ୟେକ ଦିନ ବିଲିଉଡ ଓ ଓଲିଉଡ କଳାକାରଙ୍କ ଜଲୱାରେ ଦିୱାନା ହୋଇଥିଲେ ବ୍ରହ୍ମପୁରବାସୀ । ସେମାନଙ୍କ ନୃତ୍ୟ ଓ ସଙ୍ଗୀତ ପରିବେଷଣ ସହରବାସୀ ବେଶ ମନଭରୀ ଉପଭୋଗ କରିଥିଲେ ।
ଶେଷ ସନ୍ଧ୍ୟାରେ ମତୁଆଲା କରିଥିଲେ ଶାନ୍ । "ମେ ହୁଁ ଡନ୍ ଗୀତରେ ମଞ୍ଚକୁ ଏଣ୍ଟ୍ରି ମାରିଥିଲେ । ଏହାପରେ 'ଓମ୍ ଶାନ୍ତି ଓମ୍', 'ଦଶ ବାହାନେ କରକେ ଲେଗୟା ଦିଲ', 'ଚାର କଦମ' ଭଳି ଗୋଟିଏ ପରେ ଗୋଟିଏ ଗୀତ ଗାଇ ଦର୍ଶକଙ୍କ ମନ ଜିଣିଥିଲେ ।
ପାଞ୍ଚ ଦିନ ଧରି ସିଲ୍କ ସିଟି ଫେଷ୍ଟ ମଞ୍ଚକୁ ରଙ୍ଗୀନ କରିଥିଲେ କଳାକାର । ଯାହା ସନ୍ଧ୍ୟାରୁ ରାତି ଯାଏଁ ଦର୍ଶକଙ୍କୁ ବାନ୍ଧି ରଖିଥିଲା । ବଲିଉଡ ଠାରୁ ଓଲିଉଡ ଯାଏଁ ଲେକପ୍ରିୟ କଳାକାରଙ୍କ ଯୋଗଦାନ ବ୍ରହ୍ମପୁରକୁ ଚଳଚଞ୍ଚଳ କରିଥିଲା । ଅନ୍ତିମ ଦିନରେ ଲୋକଗୀତ, ଲୋକନୃତ୍ୟ, ଶାସ୍ତ୍ରୀୟ, ସେମି କ୍ଲାସିକାଲ ଓ ମଡର୍ଣ୍ଣ ଡାନ୍ସ ଧମାକାରେ ମଞ୍ଚ କମ୍ପି ଉଠିଥିଲା । ବ୍ରହ୍ମପୁର ପ୍ରିନ୍ସ ଡ୍ୟାନ୍ସ, ଆସାମର ବିହୁ ନୃତ୍ୟ ଓ ଟିଏଫଆଇ ଫ୍ୟାସନ ସୋ ଶେଷ ସନ୍ଧ୍ୟାକୁ ଆକର୍ଷଣୀୟ କରିଥିଲା ।
ଇଟିଭି ଭାରତ, ବ୍ରହ୍ମପୁର