ଓଡିଶା

odisha

17th chausathi yogini festival

ETV Bharat / videos

ଉଦଯାପିତ ହେଲା ସପ୍ତଦଶ ଚଉଷଠି ଯୋଗିନୀ ମହୋତ୍ସବ, ଶେଷ ସନ୍ଧ୍ୟାରେ ମନ ମୋହିଲା କଥକ - ସପ୍ତଦଶ ଚଉଷଠି ଯୋଗିନୀ ମହୋତ୍ସବ

By ETV Bharat Odisha Team

Published : Dec 26, 2023, 9:57 AM IST

Chausathi Jogini Festival:

ନିଆଳି: ଉଦଯାପିତ ହେଲା ୧୭ତମ ଅନ୍ତର୍ଜାତୀୟ ଚଉଷଠି ଯୋଗିନୀ ମହୋତ୍ସବ । ରାଜଧାନୀ ଉପକଣ୍ଠ ତଥା ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା ବ୍ଲକର ହୀରାପୁର ଗ୍ରାମର ଆରାଧ୍ୟ ଦେବୀ ମା' ମହାମାୟାଙ୍କ ପୀଠରେ ଆୟୋଜିତ ଚଉଷଠି ଯୋଗିନୀ ମହୋତ୍ସବ ଉଦଯାପିତ ହୋଇଯାଇଛି ।  ନୃତ୍ୟ ପ୍ରତିଭା ଏବଂ ହୀରାପୁର ଗ୍ରାମ୍ୟ କମିଟିଙ୍କ ମିଳିତ ଆନୁକୁଲ୍ୟରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିଲା ।  ଚଉଷଠି ଯୋଗିନୀ ମହୋତ୍ସବର ଶେଷ ସନ୍ଧ୍ୟାରେ ଅତିଥି ଭାବେ ନୃତ୍ୟ ପ୍ରତିଭାର ସଭାପତି ଡ. ରଜନୀ ରଞ୍ଜନ ଦାଶ, ଉପସଭାପତି ବଙ୍କିମ ଚନ୍ଦ୍ର ନାୟକ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶିକ୍ତା ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି ପରିପ୍ରେକ୍ଷୀରେ ସାହିତ୍ୟିକ ଅମରେଶ ପଟ୍ଟନାୟକଙ୍କୁ ଚଉଷଠି ଯୋଗିନୀ ସାହିତ୍ୟ ସମ୍ମାନ ଏବଂ ଅଞ୍ଜନ କୁମାର ସାହୁଙ୍କୁ ଚିତ୍ରକଳା ସମ୍ମାନରେ ସମ୍ମାନିତ କରାଯାଇଥିଲା l ଗତକାଲି(ସୋମବାର) ଶାସ୍ତ୍ରୀୟ ସନ୍ଧ୍ୟାର ପ୍ରଥମ ପର୍ଯ୍ୟାୟରେ ମୁମ୍ବାଇର କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମୀର ପୁରସ୍କାରପ୍ରାପ୍ତ ଗୁରୁ ଉମା ଡୋଗ୍ରାଙ୍କ ଏକକ ଭଙ୍ଗୀରେ ମନଛୁଆଁ କଥକ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।

ଏହା ମଧ୍ୟ ପଢନ୍ତୁ-ସପ୍ତଦଶ ଚଉଷଠୀ ଯୋଗିନୀ ମହୋତ୍ସବର ଦ୍ବିତୀୟ ସନ୍ଧ୍ୟା, ଲାଲା ବିରେନ ରାୟଙ୍କୁ ନାଟ୍ୟ ସମ୍ମାନ

ପ୍ରଥମ ପ୍ରସ୍ତୁତିରେ ବିଶ୍ଵକବି ଜୟଦେବଙ୍କ ରଚିତ ଅଷ୍ଟପଡି "ଧୀରେ ସମୀରେ ଯମୁନା ତୀରେ" ନୃତ୍ୟ ସମସ୍ତଙ୍କୁ ବିମୁଗ୍ଧ କରିଥିଲା l  ସେହପରି ଦ୍ଵିତୀୟ ପ୍ରସ୍ତୁତିରେ ନାଟ୍ୟପକ୍ଷ ମନ୍ଥରା ନୃତ୍ୟାଭିନୟ ଦର୍ଶକଙ୍କ ବେଶ କରତାଳି ସାଉଁଟିଥିଲା l  ଦ୍ଵିତୀୟ ସୋପାନର ପ୍ରଥମ ପ୍ରସ୍ତୁତିରେ ୟୁଏସଏର ନୃତ୍ୟ ଗୁରୁ ତାପସୀ ରଥ ଏବଂ ସୁଚିଲଗ୍ନା ପାଣିଗ୍ରାହୀ ସାଥୀ ଶିଳ୍ପୀମାନଙ୍କ ସହ ଓଡିଶୀ ନୃତ୍ୟରେ ଲଷ୍ମୀ ନୃସିଂହ ଧ୍ୟାନ, କୃଷ୍ଣ ଭାବମାଧୁରୀ ଏବଂ ଶେଷ ପ୍ରସ୍ତୁତିରେ ''ଦେବୀ ଦୁର୍ଗାଙ୍କ ସ୍ତୁତି ପରିବେଷଣ କରିଥିଲେ  l ସେହିପରି ତୃତୀୟ ପ୍ରସ୍ତୁତିରେ ରଘୁରାଜପୁରର ଦଶଭୁଜା ଗୋଟିପୁଅ ନୃତ୍ୟ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।  

ଇଟିଭି ଭାରତ, ନିଆଳି 

ABOUT THE AUTHOR

...view details