ଓଡିଶା

odisha

ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସଂଗ୍ରହାଳୟ ଉଦଘାଟିତ

ETV Bharat / videos

ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସଂଗ୍ରହାଳୟ ଉଦଘାଟିତ - ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ

By

Published : Jul 28, 2023, 8:16 AM IST

ଭୁବନେଶ୍ବର:ସଙ୍ଗୀତ ମାଧୁର୍ଯ୍ୟର ଶୋଭାବର୍ଦ୍ଧନ କରୁଥିବା ଓ ସଙ୍ଗୀତରେ ସାତସୁର ଭରୁଥିବା ବାଦ୍ୟଯନ୍ତ୍ରର ଇତିହାସ ଜାଣିବେ ଛାତ୍ରଛାତ୍ରୀ । ବାଦ୍ୟଯନ୍ତ୍ରର ମହତ୍ଵ ଓ ବିଶେଷତ୍ବକୁ ବୁଝିବେ । ଏହି ଉଦ୍ଦେଶ୍ୟରେ ଗୁରୁବାର ଦିନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଉଦଘାଟିତ ହୋଇଛି ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସଂଗ୍ରହାଳୟ । ଏହି ସଂଗ୍ରହାଳୟରେ ରାଜ୍ୟ ଓ ରାଜ୍ୟ ବାହାରର ନୂଆ ପୁରୁଣା ୧୫୦ ବାଦ୍ୟଯନ୍ତ୍ର ସ୍ଥାନିତ କରାଯାଇଛି । କେନ୍ଦରା, ବିନ୍, ଏକତରା, ସାହାନାଇ, ବଂଶୀ, ମର୍ଦଳ, ଖଞ୍ଜଣି ଓ ହାର୍ମୋନିୟମ ଭଳି ୧୫୦ରୁ ଅଧିକ ବାଦ୍ୟଯନ୍ତ୍ର ଏଠାରେ ଅଛି । ଆଗକୁ ଅଡିଓ-ଭିଜୁଆଲ ଷ୍ଟୁଡିଓ ପ୍ରତିଷ୍ଠା କରାଯିବାର ବ୍ୟବସ୍ଥା ରହିଛି । ଯାହା ଛାତ୍ରଛାତ୍ରୀଙ୍କୁ ଆଗକୁ ବଢ଼ିବାକୁ ସହଯୋଗ କରିବ ।

ତେବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ କେବଳ ଓଡ଼ିଶାର ବାଦ୍ୟଯନ୍ତ୍ର ନୁହେଁ ବରଂ ରାଜ୍ୟ ବାହାରେ ରହିଥିବା ବାଦ୍ୟଯନ୍ତ୍ର ସମ୍ପର୍କରେ ପଢ଼ିବେ, ଶିଖିବେ ଓ ଗବେଷଣା କରିବେ । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପ୍ରଥମ କରି ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସଂଗ୍ରହାଳୟ ପ୍ରତିଷ୍ଠା ହୋଇଛି  । ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଏହାର ଉଦ୍‌ଘାଟନ କରିଛନ୍ତି । ଏହି ଶାସ୍ତ୍ରୀୟ ଓ ବାଦ୍ୟଯନ୍ତ୍ର ସଂଗ୍ରହାଳୟଟି ଦେଖିବା ପାଇଁ ଯେତିକି ସୁନ୍ଦର ଓ ଚିତ୍ତାକର୍ଷକ, ସେତିକି ଛାତ୍ରଛାତ୍ରୀଙ୍କ ଜ୍ଞାନ ଆହରଣ ପାଇଁ ସହାୟକ ହେବ ମଧ୍ୟ ।

ଏହାମଧ୍ୟ ପଢନ୍ତୁ: ରାଷ୍ଟ୍ରପତିଙ୍କୁ ନୃତ୍ୟ ମାଧ୍ୟମରେ ସ୍ବାଗତ, ଖୁସିରେ ବିଭୋର ନୃତ୍ୟାଙ୍ଗନା

ମହାବିଦ୍ୟାଳୟ ଅଧ୍ୟକ୍ଷ ବିଜୟ ଜେନା କହିଛନ୍ତି ଯେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ କଳା, ସଙ୍ଗୀତ ଆଦି ବହୁ ଛାତ୍ରଛାତ୍ରୀ ପଢୁଛନ୍ତି । ମାତ୍ର ସେମାନେ ଓଡ଼ିଶା ତଥା ସର୍ବଭାରତୀୟ ସ୍ତରରେ ଅନେକ ଶାସ୍ତ୍ରୀୟ ଓ ଲୋକ ବାଦ୍ୟଯନ୍ତ୍ର ସହିତ ପରିଚିତ ନୁହନ୍ତି । ତେଣୁ ସଂଗ୍ରହାଳୟରେ ପିଲାମାନେ ସମସ୍ତ ବାଦ୍ୟଯନ୍ତ୍ର ବିଷୟରେ ଅବଗତ ହୋଇପାରିବେ । ବର୍ତ୍ତମାନ ଏଠି ୧୫୦ରୁ ଊର୍ଦ୍ଧ୍ବ ବାଦ୍ୟଯନ୍ତ୍ର ରହିଥିବା ବେଳେ ଆଗକୁ ଆହୁରି ଅନେକ ବାଦ୍ୟଯନ୍ତ୍ର ସ୍ଥାନିତ ହେବ । ଆଗକୁ ଅଡିଓ ଭିଜୁଆଲ ଷ୍ଟୁଡିଓ ବି ପ୍ରତିଷ୍ଠା କରାଯିବ ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

ABOUT THE AUTHOR

...view details