ଓଡିଶା

odisha

citu protest

ETV Bharat / videos

ଜେଏସଡବ୍ଲୁ କମ୍ପାନୀ ସମ୍ମୁଖରେ ସିଆଇଟିୟୁର ବିକ୍ଷୋଭ ପ୍ରଦର୍ଶନ - କୋଇଡା ଜେଏସଡବ୍ଲୁ କମ୍ପାନୀ

By ETV Bharat Odisha Team

Published : Sep 16, 2023, 8:53 AM IST

ରାଉରକେଲା: କୋଇଡା ଜେଏସଡବ୍ଲୁ କମ୍ପାନୀ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ । ଶ୍ରମିକଙ୍କ ମୌଳିକ ଦାବିକୁ ନେଇ ବଣାଇ ବିଧାୟକ ଲକ୍ଷ୍ମଣଙ୍କ ନେତୃତ୍ଵରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ସିଆଇଟିୟୁର ସଦସ୍ୟ । ଏହି ସଂସ୍ଥାରେ ବାହାର ଶ୍ରମିକମାନଙ୍କୁ ନିଯୁକ୍ତି ବନ୍ଦ କରି ସ୍ଥାନୀୟ ବାସିନ୍ଦାଙ୍କୁ କମ୍ପାନୀ ଅଧୀନରେ ନିଯୁକ୍ତି ଦେବାକୁ ଦାବି ହୋଇଛି । ସେହିପରି ଲୁହାପଥର ଉତ୍ତୋଳନ ଓ ପରିବହନ କାର୍ଯ୍ୟରେ ସ୍ଥାନୀୟ ପରିବହନ ସଂସ୍ଥା ଓ ଲୋକଙ୍କୁ ନିୟୋଜିତ କରିବାକୁ ଦାବି ।

        ଏହା ମଧ୍ୟ ପଢନ୍ତୁ- କେନ୍ଦ୍ର ସରକାରଙ୍କ ବିରୋଧରେ ସିଆଇଟିୟୁର ବୈଠକ

ଅନ୍ୟପଟେ ୪ ବର୍ଷ ପୂର୍ବେ ସରକାରଙ୍କ ସହ ଚୁକ୍ତି ହୋଇଥିବା ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ସ୍ଥାପନ ସହ ଏମବିବିଏସ୍ ଡକ୍ଟର, ନର୍ସ ମାନଙ୍କୁ ନିଯୁକ୍ତି କରାଯାଉ ।  ବିଦ୍ୟାଳୟ ସ୍ଥାପନ ଚୁକ୍ତି ଅନୁଯାୟୀ କାର୍ଯ୍ୟକ୍ଷମ କରିବା ଏବଂ ସ୍ଥାନୀୟ ବିଦ୍ୟାଳୟ ମାନଙ୍କରେ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରଦାନ, ଛାତ୍ରଛାତ୍ରୀ ମାନଙ୍କ ପାଇଁ ବସ ସେବା, ଆମ୍ବୁଲାନ୍ସ, ପାରିପାର୍ଶିକ ଉନ୍ନତି ସହ ଆଦିବାସୀ ଜମି ଅଧୀଗ୍ରହଣ ଆଦି ପ୍ରମୁଖ ସମସ୍ୟାର ତୁରନ୍ତ ସମାଧାନ ନେଇ ଦାବି ହୋଇଛି । ତେବେ ଏହି ବିକ୍ଷୋଭରେ ସୁନ୍ଦରଗଡ ମାଇନ୍ସ ଏଣ୍ଡ୍ ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ, ବଣାଇଁ ଟ୍ରକ୍ ଏବଂ ଟିପର ମାଲିକ ସଂଘ ଓ ସିଆଇଟିୟୁ ର ତିନି ହଜାର ରୁ ଉର୍ଦ୍ଧ୍ଵ କର୍ମୀ ସାମିଲ ହୋଇଥିଲେ । ଏଥିସହ ଖଣି ଭିତରେ ପଶି ଖଣିର ସମସ୍ତ କାର୍ଯ୍ୟକୁ ବନ୍ଦ କରିବା ସହ କଞ୍ଚାମାଲ ପରିବହନକୁ ମଧ୍ୟ ଠପ୍ କରିଥିଲେ । 

 ଇଟିଭି ଭାରତ, ରାଉରକେଲା

ABOUT THE AUTHOR

...view details