ଧୁମଧାମରେ ପାଳନ ହେଲା ବଡ଼ଦିନ, ଧରାବତରଣ କଲେ ପ୍ରଭୁ ଯୀଶୁ - ଖ୍ରୀଷ୍ଟ ଧର୍ମ ପର୍ବ
Published : Dec 25, 2023, 4:11 PM IST
ରାଉରକେଲା:ସହରରେଧୁମଧାମରେ ପାଳନ ହେଉଛି ବଡ଼ ଦିନ । ବଡ଼ ଦିନକୁ ଏକ ସ୍ମରଣୀୟ କରି ପାଳନ କରୁଛନ୍ତି ସମସ୍ତ ଖ୍ରୀଷ୍ଟ ଧର୍ମୀ ପରିବାର । ଆଜି ହେଉଛି ପବିତ୍ର ବଡ଼ଦିନ ଆଜିର ଦିନକୁ ସମସ୍ତ ଲୋକେ ଧୁମଧାମରେ ପାଳନ କରିଥାନ୍ତି । ରାଉରକେଲା ସହରରେ ଆଜି ଖୁସିର ଲହରୀ ଖେଳି ଯାଇଛି । ଖ୍ରୀଷ୍ଟମାସ ପାଇଁ ବର୍ତ୍ତମାନ ଚଳ ଚଞ୍ଚଳ ହୋଇ ଉଠିଛି ସହର । ଧରାପୃଷ୍ଠରେ ଅବତରଣ କରି ସାରିଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟ । ଅନେକ ଚର୍ଚ୍ଚରେ ଖ୍ରୀଷ୍ଟ ଧର୍ମାଲମ୍ବୀ ଭାଇଭଉଣୀମାନେ ସାମୁହିକ ପ୍ରାର୍ଥନା କରି ସାରିଛନ୍ତି । ପ୍ରଭୁ ଯୀଶୁଙ୍କ ଆଗମନକୁ ନେଇ ଚର୍ଚ୍ଚରେ ଚାଲିଥିବା ପ୍ରସ୍ତୁତି ବର୍ତ୍ତମାନ ଶେଷ ହୋଇଛି ।
ଆଜି ମଧ୍ୟରାତ୍ରରେ ପ୍ରଭୁ ଯୀଶୁ ଧରାବତରଣ କରିଛନ୍ତି । ଏହାପରେ ଖେଳିଯାଇଛି ଖୁସିର ମାହୋଲ । ଏନ୍ତୁଡ଼ିଶାଳରେ ନବଜାତ ଯୀଶୁଙ୍କ ପଦାର୍ପଣ ପରେ ଚଳଚଞ୍ଚଳ ହୋଇଉଠିଥିଲା ସମଗ୍ର ଚର୍ଚ୍ଚ ପରିବେଶ । ପ୍ରଭୁଙ୍କ ଦିବ୍ୟଦର୍ଶନ କରିବା ସହ ଶ୍ରଦ୍ଧାଳୁମାନେ ଖୁସିରେ ପରସ୍ପରକୁ ଆଲିଙ୍ଗନ କରି ଜଣାଇଲେ ‘ ମେରି ଖ୍ରୀଷ୍ଟ୍ମାସ ’ । ଏହି ଦିନକୁ କେବଳ ଖ୍ରୀଷ୍ଟଧର୍ମୀ ନୁହେଁ ବର୍ତ୍ତମାନ ସମସ୍ତ ଧର୍ମର ଲୋକେ ବେଶ୍ ଧୁମଧାମରେ ପାଳନ କରୁଛନ୍ତି । ତେବେ ଆଜି ରାଉରକେଲା ସହରର ସମସ୍ତ ଚର୍ଚ୍ଚରେ ଧୁମଧାମରେ ବଡ଼ ଦିନକୁ ପାଳନ କରାଯାଇଛି ।
ଏହା ମଧ୍ୟ ପଢନ୍ତୁ ....ଧରାବତରଣ କଲେ ଯିଶୁଖ୍ରୀଷ୍ଟ, ଚଳଚଞ୍ଚଳ ରାଜଧାନୀର ବିଭିନ୍ନ ଚର୍ଚ୍ଚ
ଇଟିଭି ଭାରତ, ରାଉରକେଲା