ଓଡିଶା

odisha

ବାଲେଶ୍ୱରରେ ବଡ଼ଦିନ ପାଳିତ, ପ୍ରଭୁ ଯୀଶୁଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା

ETV Bharat / videos

ବଡ଼ଦିନ ପାଳିତ, ପ୍ରଭୁ ଯୀଶୁଙ୍କୁ ଶ୍ରଦ୍ଧାଳୁଙ୍କ ପ୍ରାର୍ଥନା - ବାଲେଶ୍ବରରେ ଖ୍ରୀଷ୍ଟମାସ ପାଳନ

By ETV Bharat Odisha Team

Published : Dec 25, 2023, 10:30 PM IST

ବାଲେଶ୍ବର : ଆଜି ହେଉଛି ପବିତ୍ର ବଡ଼ଦିନ । ଏହି ଦିନରେ ପ୍ରଭୁ ଯୀଶୁ ଧରାବତରଣ କରିଥିବାରୁ ଏହି ଦିନକୁ ବେଶ ଧୁମଧାମରେ ଖ୍ରୀଷ୍ଟ ଧର୍ମାବଲମ୍ବୀ ମାନେ ପାଳିଥାନ୍ତି । ବାଲେଶ୍ଵର ସହରର ରୋମାନ କ୍ୟାଥଲିକ ଚର୍ଚ୍ଚରେ ବଡ଼ଦିନ ପାଳନ ପାଇଁ ବେଶ ସାଜସଜ୍ଜା ହୋଇଛି । ଗତକାଲି ରବିବାର ରାତି ସାଢ଼େ 11 ପାଖରୁ ପ୍ରାର୍ଥନା କରାଯାଇ ଥିବା ବେଳେ ଆଜି ସୋମବାର ସକାଳ 8ଟାରେ ସମୂହ ପ୍ରାର୍ଥନା କରାଯାଇଥିଲା । ବଡ଼ଦିନ ଉପଲକ୍ଷେ ଚର୍ଚ୍ଚକୁ ଅତି ସୁନ୍ଦର ଭାବ ସଜାଇ ଦିଆଯାଇଛି । 

ସକାଳେ ଚର୍ଚ୍ଚ ଆସି ପ୍ରାର୍ଥନା କରିବା ପରେ ସେମାନେ ନିଜନିଜ ଘରେ ସୁସ୍ବାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିଥାନ୍ତି । ଏହାସହ ସମସ୍ତେ ନୂଆ ଡ୍ରେସକୁ ପରିଧାନ କରି ଚର୍ଚ୍ଚ ବୁଲିବାକୁ ସନ୍ଧ୍ୟାରେ ଆସିଥାନ୍ତି । ଆଜି ଚର୍ଚ୍ଚ ପରିସରରେ କେବଳ ଯେ ଖ୍ରୀଷ୍ଟ ଧର୍ମାବଲମ୍ବୀ ସହିତ ବିଭିନ୍ନ ଧର୍ମର ବ୍ୟକ୍ତିମାନଙ୍କୁ ଦେଖିବାକୁ ମିଳିଥିଲା । ବଡ଼ଦିନରେ ଚର୍ଚ୍ଚରେ ପାଳନ କରାଯାଉଛି ତାହା ଦେଖିବା ପାଇଁ ଲୋକମାନଙ୍କ ସୁଅ ଛୁଟିଥିଲା ।  ଗତକାଲି ଠାରୁ ଚର୍ଚ୍ଚ ଗୁଡିକ ସଜା ଯାଇଥିବା ବେଳେ ସାଂଟା କ୍ଳଜ ବେଶରେ ଲୋକମାନେ ସଜେଇ ହୋଇ ବଜାର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା । 

ଏହା ମଧ୍ୟ ପଢନ୍ତୁ...ଧୁମଧାମରେ ପାଳନ ହେଲା ବଡ଼ଦିନ, ଧରାବତରଣ କଲେ ପ୍ରଭୁ ଯୀଶୁ

ସକାଳ ଠାରୁ ଶ୍ରଦ୍ଧାଳୁମାନେ ଚର୍ଚ୍ଚ ଆସି ପ୍ରଭୁଙ୍କ ଆଗରେ ମହମବତୀ ଜାଳି ପ୍ରାର୍ଥନା କରୁଥିବା ଦେଖିବାକୁ ମିଳିଥିଲା । ସନ୍ଧ୍ୟାରେ ଖ୍ରୀଷ୍ଟିଆନ ସାହିରେ ବଡ଼ଦିନ ପାଇଁ ନାଚଗୀତର ଆସର ଜମିବା ନେଇ ସୂଚନା ମିଳିଛି । ଖ୍ରୀଷ୍ଟିଆନ ମାନେ ଏକମାସ ପୂର୍ବରୁ ଆଧ୍ୟାତ୍ମିକ ପ୍ରାର୍ଥନା ଓ ଦିବ୍ୟଯଜ୍ଞବଳୀ ସମର୍ପଣ କରି ଖ୍ରୀଷ୍ଟମାସ ପାଳନ ପାଇଁ ଯେଉଁ ପ୍ରସ୍ତୁତି ଆରମ୍ଭ କରିଥାନ୍ତି ତାହା ବଡ଼ଦିନରେ ସମାପ୍ତ ହୋଇଥାଏ। ଏହି ଦିନରେ ପ୍ରଭୁ ଯୀଶୁଙ୍କ ନିକଟରେ ପ୍ରାର୍ଥନା କରିବା ସହ ପରସ୍ପରକୁ ଶୁଭେଚ୍ଛା ଜଣାଯାଇଥାଏ ।

ଇଟିଭି ଭାରତ, ବାଲେଶ୍ବର

ABOUT THE AUTHOR

...view details