ଉଦଘାଟନ ହେଲା ’ଛୋଟା କପ’: କୁନି ପୋଲିସ ମାଧ୍ୟମରେ ଘରେ ଘରେ ପହଞ୍ଚିବ ସଚେତନତା ବାର୍ତ୍ତା - Chota Cop Inaugurated
Published : Jan 16, 2024, 5:51 PM IST
Chota Cop Inaugurated in Balasore : ବାଲେଶ୍ୱର : ଜିଲ୍ଲାରେ ପୋଲିସ ଏବଂ ୟଙ୍ଗ ଇଣ୍ଡିଆନ ବାଲେଶ୍ଵର ଚାପ୍ଟରର ମିଳିତ ସହଯୋଗରେ ’ଛୋଟା କପ’ କାର୍ଯ୍ୟକ୍ରମ ଉଦଘାଟନ ହୋଇଛି । ସଡକ ସୁରକ୍ଷା ବାର୍ତ୍ତା ଘରେ ଘରେ ପହଞ୍ଚାଇବା ନେଇ ଏମିତି ଏକ ପ୍ରୟାସ କରାଯାଇଛି । ଯେଉଁଥିରେ ସ୍କୁଲ ପିଲାମାନଙ୍କୁ ସାମିଲ କରାଯାଇ । ସେମାନଙ୍କ ଅଭିଭାବକମାନଙ୍କୁ ସଚେତନ କରାଇବା ପାଇଁ ପିଲାମାନେ ମୁଖ୍ୟ ଦାଇତ୍ୱ ନେବେ ବୋଲି ସୂଚନା ମିଳିଛି ।
ବାଲେଶ୍ୱରରେ ସଡ଼କ ଦୁର୍ଘଟଣା ରୋକିବା ଦିଗରେ ଏକ ପ୍ରୟାସ ଆରମ୍ଭ କରାଯାଇଛି । ସେନେଇ ଉଦ୍ଘାଟନ ହୋଇଛି ’ଛୋଟା କପ’ । ଯେଉଁଥିରେ ସ୍କୁଲ ପିଲାମାନଙ୍କୁ ସାମିଲ କରାଯାଇ । ସାମିଲ ସ୍କୁଲ ପିଲାମାନଙ୍କୁ ଏକ ରିପୋଟ କାର୍ଡ ପ୍ରଦାନ କରାଯିବ । ଯେଉଁଥିରେ ସଡ଼କ ସୁରକ୍ଷା ସମ୍ବନ୍ଧିତ ଏବଂ ୧୨ ପ୍ରକାରର ଟ୍ରାଫିକ ନିୟମ ବିଷୟରେ ସୂଚନା ରହିବ । ସେଥିରେ ପିଲାମାନେ ନିଜ ଅଭିଭାବକମାନେ କେତେ ଟ୍ରାଫିକ ନିୟମ ମାନୁଛନ୍ତି ସେ ବିଷୟରେ ଠିକ କିମ୍ବା ଭୁଲ ଚିହ୍ନରେ ଠିକ୍ ମାରିବେ । ଅନେକ ସମୟରେ ପିତାମାତା ହେଲମେଟ ଘରୁ ନନେଇ ବାଇକରେ ଯିବା କିମ୍ବା ରାସ୍ତାରେ ପିଲାଙ୍କୁ ବସାଇ ଯାତାୟତ କଲାବେଳେ ଟ୍ରାଫିକ ନିୟମ ଉଲଂଘନ କରିବା ଭଳି ଘଟଣା ପିଲାମାନେ ଉକ୍ତ ରିପୋର୍ଟ କାର୍ଡରେ ଉଲ୍ଲେଖ କରିବେ । ଏହି ପ୍ରୟାସ ଯୋଗୁଁ ପିଲାମାନେ ଟ୍ରାଫିକ ନିୟମ ବିଷୟରେ କୁନି ବୟସରୁ ସଚେତନ ହେବା ସହ ସେମାନଙ୍କ ଅଭିଭାବକ ମାନଙ୍କୁ ମଧ୍ୟ ସଚେତନ କରାଇ ପାରିବେ ।
ଏହା ମଧ୍ୟ ପଢ଼ନ୍ତୁ....୧୮ରୁ ଜିଲ୍ଲା ମୁଖ୍ୟାଳୟରୁ ପୁରୀକୁ ଗଡ଼ିବ ଜଗନ୍ନାଥ ଏକ୍ସପ୍ରେସ ବସ୍, ଭାୟା ଭୁବନେଶ୍ବର
ଏହାସହ ଦୁର୍ଘଟଣା ପରେ ରାସ୍ତାରେ ତୁରନ୍ତ ସହାୟତା କେମିତି ପ୍ରଦାନ କରାଯାଇ ପାରିବ ସେନେଇ ତାଲିମ ପ୍ରଦାନ କରାଯିବା ନେଇ ପଦକ୍ଷେପ ନିଆଯାଇଛି । ଏହି ଛୋଟା କପ ପ୍ରୟାସ ମାଧ୍ୟମରେ ଆଗାମୀ ଦୁଇମାସ ଭିତରେ ବାଲେଶ୍ଵରର ବିଭିନ୍ନ ସ୍କୁଲରୁ ପ୍ରାୟ 10 ହଜାର ଛାତ୍ରଛାତ୍ରୀଙ୍କୁ ସାମିଲ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି । ସେମାନଙ୍କୁ ଏକ ୧୫ ଦିନିଆ ରିପୋର୍ଟ କାର୍ଡ ପ୍ରଦାନ କରାଯିବ। ଏଥିପାଇଁ ପୋଲିସ ବିଭାଗର କର୍ମଚାରୀମାନେ ବିଭିନ୍ନ ସ୍କୁଲକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସାମିଲ ପାଇଁ କାର୍ଯ୍ୟ କରିବେ। ପିଲାମାନଙ୍କୁ ପ୍ରଦାନ କରାଯାଇଥିବା ରିପୋଟ କାର୍ଡ଼କୁ ୧୫ ଦିନ ପରେ ପୋଲିସ ମୁଖ୍ୟ କାର୍ଯ୍ୟାଳୟରେ ଦାଖଲ କରିବେ । ରିପୋଟ କାର୍ଡ ଜରିଆରେ ଜଣାପଡ଼ିବ କେତେ ମାତ୍ରାରେ ଲୋକମାନେ ଟ୍ରାଫିକ ନିୟମ ବା ସଡ଼କ ସୁରକ୍ଷା ପ୍ରତି ସଚେତନ ରହିଛନ୍ତି । ଘରେ ଘରେ ଏମିତି ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ନିଶ୍ଚୟ କିଛି ମାତ୍ରାରେ ଲୋକମାନଙ୍କ ମଧ୍ୟରେ ଟ୍ରାଫିକ ନିୟମ ମାନିବା ପାଇଁ ବାଧ୍ୟ କରାଇବ ।
ଇଟିଭି ଭାରତ, ବାଲେଶ୍ୱର