ଓଡିଶା

odisha

ବାପା ମାଆର ଯୁଦ୍ଧ ମଧ୍ୟରେ ଶାସ୍ତି ପାଇଲେ ସନ୍ତାନ

ETV Bharat / videos

ବାପା ମା’ର ଯୁଦ୍ଧରେ ଶାସ୍ତି ପାଇଲେ ସନ୍ତାନ: ଶିଶୁ ମଙ୍ଗଳ କମିଟି ମୁଖ୍ୟ - ଶିଶୁ ମଙ୍ଗଳ କମିଟି

By ETV Bharat Odisha Team

Published : Aug 26, 2023, 10:40 PM IST

କଟକ:ପତିପତ୍ନୀଙ୍କ ମଧ୍ୟରେ କଳହର କରୁଣ ପରିଣତି । ବାପା ମାଙ୍କ ଝଗଡ଼ା ଓ ମତାନ୍ତରରେ ବଳି ପଡିଲା ତିନି ନିରିହ ଶିଶୁଙ୍କ ଭବିଷତ । ବାପା ଜଣେ ଡାକ୍ତର କିନ୍ତୁ ଅର୍ଥାଭାବ ଯୋଗୁଁ ମାଙ୍କ ସହ ବାର ଦୁଆର ଶୁଣ୍ଢିପିଣ୍ଡା ହେଉଛନ୍ତି ତିନି ଜଣ ନିଷ୍ପାପ ପିଲା । ଏଭଳି ଘଟଣାଟି ଘଟିଛି କଟକ ସହରରେ । କଟକ ସହରର ପୁରିଘାଟ ଅଞ୍ଚଳରେ ଡାକ୍ତରଙ୍କ ଘର । ହେଲେ ସ୍ବାମୀଙ୍କ ସହ ଝଗଡା ହେବାରୁ ବର୍ଷେ ହେଲା ନିଜର 3 ଜଣ ପିଲାଙ୍କୁ ନେଇ ମହିଳାଜଣକ ଘର ଛାଡ଼ି ଚାଲିଆସିଥିବା ଶିଶୁ ମଙ୍ଗଳ କମିଟି ମୁଖ୍ୟ କହିଛନ୍ତି ।  

ଶିଶୁ ମଙ୍ଗଳ କମିଟି ମୁଖ୍ୟ ପ୍ରମୋଦ କୁମାର ଆଚାର୍ଯ୍ୟ କହିଛନ୍ତି, ‘‘ପାରିବାରିକ କଳହକୁ ନେଇ 3 ଜଣ ପିଲାଙ୍କୁ ନେଇ ମହିଳା ଘର ଛାଡ଼ି ଚାଲିଆସିଛନ୍ତି ।  ତିନି ପିଲାଙ୍କ ବୟସ ଯଥାକ୍ରମେ 13, 11 ଓ 9 ବର୍ଷ ।  ସେମାନେ ସମସ୍ତେ ସହରର ଏକ ନାମୀ ସ୍କୁଲରେ ପାଠ ପଢୁଥିଲେ । କିନ୍ତୁ ବର୍ଷେ ହେଲା ସେମାନଙ୍କ ପାଠପଢାରେ ବନ୍ଧା ହୋଇଯାଇଛି । ଏନେଇ ଜଣା ପଡ଼ିବା ପରେ ତିନି ଜଣଙ୍କୁ ଉଦ୍ଧାର କରି ଏସସିବିରେ ଥିବା ଓ୍ବାନ ଷ୍ଟପ ହୋମରେ ଅସ୍ଥାୟୀ ଭାବେ ଥଇଥାନ କରିଛୁ । ଏହାସହ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଦୂର କରିବା ପାଇଁ ଉଦ୍ୟମ କରାଯାଉଛି । ତେବେ ଗୋଟିଏ ବର୍ଷ ଧରି ବାହାରେ ବୁଲିବା ଫଳରେ ପିଲାଙ୍କ ଠାରେ ଗୁରୁତର ମାନସିକ ଓ ସ୍ବାସ୍ଥ୍ୟଗତ ସମସ୍ୟା ଦେଖା ଦେଇଛି । ଏନେଇ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସ୍ବାମୀ କିମ୍ବା ସ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।’’ 
 

ଇଟିଭି ଭାରତ, କଟକ

ABOUT THE AUTHOR

...view details