ଓଡିଶା

odisha

କାନ୍ଦିକାନ୍ଦି ଶିକ୍ଷକଙ୍କୁ ବିଦା କଲେ ଗ୍ରାମବାସୀ

ETV Bharat / videos

ନିଆରା ଢଙ୍ଗରେ ଶିକ୍ଷକଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନା, ଭିଡିଓ ଦେଖି ଆପଣଙ୍କ ଆଖିରୁ ବି ଝରି ପଡିବ ଲୁହ - ଉତ୍ତରାଖଣ୍ଡର ଚମୋଲି ଜିଲ୍ଲା

By

Published : Aug 11, 2023, 5:02 PM IST

Updated : Aug 11, 2023, 5:17 PM IST

ଡେରାଡୁନ: କାନ୍ଦିକାନ୍ଦି ଶିକ୍ଷକଙ୍କୁ ବିଦା କଲେ ଗ୍ରାମବାସୀ । ଗ୍ରାମବାସୀ ଓ ଛାତ୍ରଛାତ୍ରୀଙ୍କ ଆଖି ଲୁହରେ ଭିଜିଲା ଗାଁ ଦାଣ୍ଡ ।  ନିକଟରେ ସୋସିଆଲ ମିଡିଆରେ ଶିକ୍ଷକଙ୍କ ଅନ୍ୟତ୍ର ନିଯୁକ୍ତି ସମୟରେ ତାଙ୍କୁ ଦିଆ ଯାଉଥିବା ବିଦାୟକାଳୀନ ସମ୍ବର୍ଦ୍ଧନା ବେଶ ଭାଇରାଲ ହେବାରେ ଲାଗିଛି । ଯାହା ଦେଖି ଆପଣଙ୍କ ଆଖିରୁ ବି ଲୁହ ଝରି ପଡିବ । 

ଭାଇରାଲ ଭିଡିଓଟି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାର ମନ୍ଦାନଗର ବୂରା ଗାଁର ରାଜକୀୟ ପ୍ରଥମିକ ସ୍କୁଲର । ଏହି ସ୍କୁଲରେ ପାଠ ପଢାଉଥିବା ଶିକ୍ଷକ ବିକ୍ରମ ସିଂ ରାୱାତଙ୍କୁ ଲୋକେ ଏପରି ବିଦାୟକାଳୀନ ସମ୍ବର୍ଦ୍ଧନା ଦେଉଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ବେଶ ଲୋକପ୍ରିୟତା ହାସଲ କରିଛି । ବିକ୍ରମ ସିଂଙ୍କ ବିଦାୟକାଳୀନ ସମ୍ବର୍ଦ୍ଧନାରେ କେବଳ ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ କି ସେଠାରେ ପାଠପଢୁଥିବା ଛାତ୍ରଛାତ୍ରୀ ଯୋଗ ଦେଇନାହିଁନ୍ତି ବରଂ ସମ୍ପୂର୍ଣ୍ଣ ଗାଁ ଏହି ସମାହାରରୋ ଯୋଗ ଦେଇଥିଲେ । ଗାଁର ଆବାଳବୃଦ୍ଧ ବନିତା ତାଙ୍କୁ ଲୁହଭିଜା ଆଖିରେ ବିଦାୟ କରୁଛନ୍ତି । ଘୋଡା ଉପରେ ବଶାଇ, ପାରମ୍ପାରୀକ ବାଜ ବଜାଇ, ପୁଷ୍ପ ବର୍ଷାକରି ତାଙ୍କୁ ବେଶ ରାଜକୀୟ ଢଙ୍ଗରେ ବିଦା କରିଛନ୍ତି ଗ୍ରାମବାସୀ । 

ସୂଚନା ଅନୁଯାୟୀ, ବିକ୍ରମ ସିଂ ନିଜ ଶିକ୍ଷକତା ଜୀବନ ଏହି ବିଦ୍ୟାଳୟରୁ ଆରମ୍ଭ କରିଥିଲେ । 2011 ମସିହାରେ ସେ ଶିକ୍ଷକ ଭାବେ ଏହି ଗାଁକୁ ଆସି କିନିକୁନି ପିଲାଙ୍କୁ ପାଠ ପଢାଇବା ସହ ଉତ୍ତମ ନାଗରିକ ହେବାର ମହତଜ୍ଞାନ ଦେଇଥିଲେ । ତେବେ ଦିର୍ଘ 12 ବର୍ଷ ପରେ ବିକ୍ରମଙ୍କ କର୍ଣ୍ଣପ୍ରୟାଗକୁ ସ୍ଥାନନ୍ତର ହୋଇଥିଲା । ତେବେ ତାଙ୍କୁ ବିଦା କରିବା ପାଇଁ ଏକ ସମାରୋହ ଅୟୋଜନ କରାଯାଇଥିଲା । ଏହି ସମାରୋହରେ ପୂରା ଗାଁ ଏକତ୍ର ହେବା ସହ ବେଶ ଧୁମଧାମରେ ତାଙ୍କୁ ବିଦା କରିଥିଲେ ।  

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2023, 5:17 PM IST

ABOUT THE AUTHOR

...view details