ଗଜପତି ଜିଲ୍ଲାରେ ତୃତୀୟ ପ୍ରର୍ଯ୍ୟାୟରେ ୮୦ 5T ବିଦ୍ୟାଳୟ ଲୋକାର୍ପିତ - ଗଜପତି ତୃତୀୟ ପ୍ରର୍ଯ୍ୟାୟରେ ୮୦ଟି୫t ସ୍କୁଲ ଲୋକାର୍ପିତ
ଗଜପତି: ଗଜପତି ଜିଲ୍ଲାସ୍ତରୀୟ ତୃତୀୟ ପ୍ରର୍ଯ୍ୟାୟରେ ୮୦ଟି ''5T'' ହାଇ ସ୍କୁଲ ଉଦଘାଟିତ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସ ମାଧ୍ୟମରେ ଏହି ରୂପାନ୍ତରିତ ସ୍କୁଲ୍ ଗୁଡ଼ିକର ଉଦଘାଟନ କରିଛନ୍ତି । ଏହି ଅବସରରେ ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉଦଘାଟନ ଉତ୍ସବରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ଏହାସହ ''5T'' ରୂପାନ୍ତରିତ ସ୍କୁଲ୍ଗୁଡ଼ିକର କାର୍ଯ୍ୟ ପ୍ରଣାଳୀ ଓ ଶିକ୍ଷାଦାନ ଉପରେ ବକ୍ତବ୍ୟ ରଖିଥିଲେ । ତେବେ ଜିଲ୍ଲାରେ ପ୍ରଥମ ପ୍ରର୍ଯ୍ୟାୟରେ ୫ଟି ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ୩୧ ଗୋଟି ସ୍କୁଲ୍ ଏହି ''5T''' ଉପକ୍ରମରେ ସ୍କୁଲ୍ ରୂପାନ୍ତରିତ ହୋଇଥିଲା । ରୂପାନ୍ତରିତ ହୋଇଥିବା ସମସ୍ତ ବିଦ୍ୟାଳୟମାନଙ୍କରେ ଅତ୍ୟାଧୁନିକ ବିଜ୍ଞାନ ପରୀକ୍ଷାଗାର, ଇ-ଲାଇବେରୀ, ସ୍ମାର୍ଟ୍ କ୍ଲାସ ରୁମ, ସ୍ମାର୍ଟ୍ ବୋର୍ଡ, ଆକର୍ଷଣୀୟ ବେଞ୍ଚ୍ , ବିଶୁଦ୍ଧ ପାନୀୟ ଜଳ ଯୋଗାଣ, ଛାତ୍ରଛାତ୍ରୀଙ୍କ ପାଇଁ ଭିନ୍ନଭିନ୍ନ ସ୍ବଚ୍ଛ ଶୈଚାଳୟ ରହିଛି । ଏହାସହ କ୍ରୀଡ଼ା ଭିତ୍ତିଭୂମିର ବିକାଶ ସହ ଅତ୍ୟାଧୁନିକ ଖେଳ ପଡିଆ, ବିଭିନ୍ନ କ୍ରୀଡ଼ା ସାମଗ୍ରୀ ମହଜୁଦ ରହିଛି । ଯାହା ଫଳରେ ଛାତ୍ରଛାତ୍ରୀଙ୍କ ସମନ୍ୱିତ ବିକାଶରେ ସହାୟକ ହୋଇପାରିବ।
ଇଟିଭି ଭାରତ, ଗଜପତି