ଓଡିଶା

odisha

ଓଡ଼ିଶାରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ

ETV Bharat / videos

ସମଗ୍ର ଦେଶରେ କଂଗ୍ରେସର ଭବିଷ୍ୟତ ଉଜ୍ବଳ ରହିଛି: ଟିଏସ୍‌ ସିଂହଦେଓ - କଂଗ୍ରେସର ଭବିଷ୍ୟତ ଉଜ୍ବଳ ଅଛି

By

Published : Jul 5, 2023, 9:17 PM IST

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ଭବନରେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ । ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟରେ ପହଞ୍ଚିବା ପରେ ଉପମୁଖ୍ୟମନ୍ତ୍ରୀଙ୍କୁ ବାଣ ଫୁଟାଇ ବାଜା ବଜାଇ ସ୍ବାଗତ କଲେ କଂଗ୍ରେସ କର୍ମୀ ଓ ନେତା । ରାଜ୍ୟ କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ସମ୍ବର୍ଦ୍ଧନା ସଭାର ମଧ୍ୟ ଆୟୋଜନ କରାଯାଇଥିଲା । ଭବ୍ୟ ସ୍ବାଗତ ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଲେ ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ।

ସମଗ୍ର ଦେଶ ସହ ଓଡ଼ିଶାରେ ମଧ୍ୟ କଂଗ୍ରେସର ଭବିଷ୍ୟତ ଉଜ୍ବଳ ଅଛି ବୋଲି କହିଛନ୍ତି ଟିଏସ୍‌ ସିଂହଦେଓ । ସେ କହିଛନ୍ତି, "ସମସ୍ତେ କର୍ଣ୍ଣାଟକ ନିର୍ବାଚନକୁ ଅପେକ୍ଷା କରିଥିଲେ । କର୍ଣ୍ଣାଟକରେ କଂଗ୍ରେସର ବିଜୟ ପରେ ସମସ୍ତଙ୍କ ମନରେ ଉତ୍ସାହ ବଢିଛି । କର୍ଣ୍ଣାଟକରେ ବିଜେପି ସବୁ ପ୍ରକାରର ଉପାୟ ହାତେଇଥିଲେ ମଧ୍ୟ ବିଜୟର ସ୍ବାଦ ଚାଖିପାରିନଥିଲା । କଂଗ୍ରେସ ଦଳକୁ ବିଜୟୀ କରି କର୍ଣ୍ଣାଟକବାସୀ ଜାଗୃତତାର ପରିଚୟ ଦେଇଛନ୍ତି । ଜନତାଙ୍କ ଭାବନାକୁ କେନ୍ଦ୍ର କରି ରାଜନୀତି କରୁଛି ବିଜେପି । ଯାହା ଲୋକମାନେ ବୁଝିଗଲେଣି । ପୁଲୱାମା, ସର୍ଜିକାଲ ଷ୍ଟ୍ରାଇକ, ରାମ ମନ୍ଦିର ରାଜନୀତି ବିଜେପି କରିସାରିଛି । ଏବେ ଆଉ ଲୋକଙ୍କୁ ଭୁଆଁ ବୁଲାଇପାରିବ ନାହିଁ ।" ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବା କଥା କେନ୍ଦ୍ର ସରକାର କହିଥିଲେ । ହେଲେ ସବୁ ପାଣିର ଗାରରେ ପରିଣତ ହୋଇଛି ବୋଲି କହିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ।

ସେପଟେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବହୁଦିନରୁ ଲାଗି ରହିଥିବା ମହାନଦୀ ସମସ୍ୟାର ସମାଧାନ ହେବ ବୋଲି କହିଛନ୍ତି ଛତିଶଗଡ଼ ଉପମୁଖ୍ୟମନ୍ତ୍ରୀ ଟିଏସ୍‌ ସିଂହଦେଓ । ସେ କହିଛନ୍ତି, "ଉଭୟ ରାଜ୍ୟ ଚାହିଁଲେ ଆପୋଷ ବୁଝାମଣା ମାଧ୍ୟମରେ ଜଳ ବିବାଦର ସମାଧାନ ହୋଇପାରିବ । ଉଭୟ ରାଜ୍ୟ ମଧ୍ୟରେ ସମନ୍ଵୟ ଅଭାବରୁ ଏପରି ପରିସ୍ଥିତି ହୋଇଛି, ଯେଉଁଥିପାଇଁ ମାମଲା ଟ୍ରିବ୍ୟୁନାଲକୁ ଯାଇଛି । କାବେରୀ ନଦୀରେ କର୍ଣ୍ଣାଟକ ଓ ତାମିଲନାଡୁର ବି ସମାନ ସ୍ଥିତି ରହିଛି । କୌଣସି ରାଜ୍ୟ ନିଜ ହିତରୁ ବାହାରେ କାର୍ଯ୍ୟ କରିପାରିବେ ନାହିଁ । ଉଭୟ ବସି ରାଜ୍ୟର ସ୍ବାର୍ଥ କଥା ଆଲୋଚନା କରି ସମାଧାନ କରିବାର ଆବଶ୍ୟକତା ଅଛି । ଛତିଶଗଡ଼ରୁ ପାଣି ଆସୁଛି ଓଡିଶା ମଧ୍ୟରେ ପ୍ରବାହିତ ହେଉଛି । ଉଭୟଙ୍କର ପାଣି ଉପରେ ଅଧିକାର ଅଛି । ଆପୋଷ ସମାଧାନର ସବୁକିଛି ସମ୍ଭବ । ଉଭୟଙ୍କୁ ବେଳେବେଳେ ଏକାଠି ହେବା ଅସୁବିଧା ହେଉଛି । ଯେଉଁଥିପାଇଁ ଟ୍ରିବ୍ୟୁନାଲରେ ମାମଲା ରହିଛି । ବିଭିନ୍ନ ରାଜନୈତିକ ଦଳ ରହିଛନ୍ତି । ଖୋଲା ମନରେ ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଉଭୟ ରାଜ୍ୟର ଅଧିକାରୀ ମାନେ ଆଲୋଚନା କଲେ ସମାଧାନ ହୋଇପାରିବ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details