ରାଜ୍ୟର ସୁଖ ସମୃଦ୍ଧି ପାଇଁ ଚାବୁକ ପାହାର ସହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ - ଛତିଶଗଡ଼ ଗୌରଗୌରୀ ପୂଜା
ରାୟପୁର: ରାଜ୍ୟର ସୁଖ ସମୃଦ୍ଧି ପାଇଁ ଚାବୁକ ପାହାର ସହିଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ । ଜାଞ୍ଜଗିରି ଜିଲ୍ଲାରେ ବର୍ତ୍ତମାନ ଗୌରଗୌରୀ ପୂଜା ଜାରି ରହିଛି । ଏଠାରେ ମାନସିକଧାରୀ ମାନେ ଚାବୁକ ପାହାର ସହି ପ୍ରଭୁଙ୍କ ନିକଟରେ ଅଧିଆ ପଡ଼ିଥାଆନ୍ତି । ବର୍ଷବର୍ଷ ଧରି ଏହି ପରମ୍ପରା ଚାଲି ଆସୁଛି । ଏହି ପୂଜାରେ ପ୍ରତବର୍ଷ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏହି କ୍ରମରେ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ମଧ୍ୟ ପୂଜା କରିବାକୁ ପହଞ୍ଚିଥିଲେ । ଠାକୁରଙ୍କ ଦର୍ଶନ କରିବା ପରେ ଚାବୁକ ପାହାର ଖାଇଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟର ଉନ୍ନତି ପାଇଁ ସେ ମାନସିକ କରିଥିବା କଥା କହିଥିଲେ । ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।
Last Updated : Feb 3, 2023, 8:30 PM IST